ପୁରା ଖବର ବିଷୟରେ



ବାତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲାପାଳଙ୍କ ଜରୁରୀ ବୈଠକ । ସଦରମହକୁମା ନ ଛାଡିବାକୁ କଡା ନିର୍ଦେଶ

Dec 3 2021 6:26PM
(ରାୟଗଡା ରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ:- ବଙ୍ଗପୋସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା ଓ ତତ୍ଜନିତ ବନ୍ୟା, ପାହାଡ଼ରୁ ମାଟି ଅତଡା ଖସିବା ଆଶଙ୍କା କରି ଏହାର ମୁକାବିଲା କରିବାକୁ ଜିଲାପାଳ ରାୟଗଡ ଆଜି ଏକ ଜରୁରୀ ବୈଠକ ଭର୍ଚୁଆଲ ମାଧ୍ୟମରେ ଡାକିଛନ୍ତି l ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା,ପିଡି ଡିଆରଡିଏ ଶ୍ରୀ ରବିନାରାୟଣ ତ୍ରିପାଠି, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସୋନାଲ , ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ,ବିଡିଓ,ତହସିଲଦାର ଆଦି ବ୍ଲକସ୍ଥରୀୟ ଅଧିକାରୀ ମାନେ ଯୋଗଦେଇଥିଲେ l ଜିଲାପାଳ ପ୍ରାରମ୍ଭରେ କହିଥିଲେ ବତ୍ୟା ଜୱlଦ ଓଡ଼ିଶା ଉପକୂଳ ଭୂମୀପlତ ବୋଲି ପାଣିପାଗ ବିଭାଗର ସୂତ୍ରରୁ ପ୍ରକାଶ ଯାହାଫଳରେ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ଓ ବର୍ଷ ହେବlର ରାହିଛି l ଆମ ରାୟଗଡ ଜିଲ୍ଲାରେ ଏହାର ସମ୍ବlବ୍ୟ ବନ୍ୟା, ବାତ୍ୟା ଓ ପାହାଡ ତଳୁ ମାଟି ଅତଡ଼ା ଖସି ବିପର୍ଯ୍ୟ ଘଟିବାର ସମ୍ବାବନା ରହିଛି l ସମସ୍ତ ବିଡିଓ ମlନେ ସମ୍ବାବ୍ୟ ସ୍ଥାନଗୁଡିକ ଚିହ୍ନଟ କରିବl ନିମନ୍ତେ ଜିଲାପାଳ କହିଛନ୍ତି l ଏଥିନିମନ୍ତେ ଏହାର ମୁଖlବିଲା କରିବା ନିମନ୍ତେ ଏହି ବୈଠକ ଡକାଯାଇଥିଲା l ବୈଠକରେ ଜିଲାପାଳ ସମସ୍ତଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି l ଗତ ବାତ୍ୟା ଗୁଡିକ ସମୟରେ ଯେପରି ଭାବରେ ପ୍ରସ୍ତୁତି ରହିଥିଲେ ସେହିପରି ଭାବରେ ଏବେ ମଧ୍ୟ ପ୍ରସ୍ତୁତି ରହିବାକୁ ସମସ୍ତ ଅଧିକାରୀ ମାନଙ୍କ ନିର୍ଦ୍ଧେଶ ଦେଇଛନ୍ତି l କେହି ଛୁଟିରେ ଯାଇପାରିବେ ନାହିଁ l ଛୁଟିରେ ଯାଇଥିଲେ ତୁରନ୍ତୁ ପଳାଇଆସିବାକୁ ଜିଲାପାଳ କହିଥିଲେ l ଏହି ବାତ୍ୟା ସମୟରେ ଯେପରି କାହାର କ୍ଷତି ନହେବ ସେଥିପାଇଁ ସମସ୍ତେ ସତକର୍ତା ଅବଲମ୍ବନ କରିବା ଆବଶ୍ୟକ l ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯlଇ କାର୍ଯ୍ୟକାରୀ କରାଯିବl ପାଇଁ ଜିଲାପାଳ ନିର୍ଦେଶ ଦେଇଛନ୍ତି l ତଳିଆ ଅଞ୍ଚଳ ଚିନ୍ନଟ କରି ଜନସାଧାରଣ ଙ୍କୁ ସଚେତନ କରିବେ l ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସେଠାରୁ ଅସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବେ ଏବଂ ଖାଦ୍ୟ ପୁଡ଼ିଆ ଯୋଗାଇବେ l ଵିଶେଷ କରି ରାୟଗଡ, ଗୁଡlରି, ଓ ଗୁଣପୁର ତଳିଆ ଅଂଚଳ ପ୍ରତି ନଜର ରଖିବାକୁ ଜିଲାପାଳ କହିଥିଲେ l ଆବଶ୍ୟକ ପଡ଼ିଲେ ପଂଚାୟତ ଜନପ୍ରତିନିଧିଙ୍କ ସହାୟତl ନେଇପାରିବେ l ଗ୍ରାମୀୟ ନିର୍ମାଣ ଓ ପୁର୍ତ୍ତ ବିଭାଗକୁ ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ନିର୍ଦେଶ ଦେଇଥିଲେ l ସେହିପରି ବଡ଼ନାଳ ଓ ହରଭଙ୍ଗି ଜଳସେଚନ ପ୍ରକଳ୍ପ ର ନିର୍ବାହୀଯନ୍ତ୍ରୀ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ଥିବା ପ୍ରକାଶ କରିଥିଲେ l ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତିଆଵଶ୍ୟକ ସାମଗ୍ରୀ ବିଶେଷ କରି ଚୁଡା,ଚାଉଳ, କିରସିନ,ଦିଆସିଲ ମହଜୁଦ ରଖିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ l ସିଡିପିଓ ମନେ ଆସନ୍ନ ପ୍ରସବ। ମହିଳା ମାନଙ୍କ ନିକଟସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ କହିଥିଲେ l ସେହିପରି ଅମଳ କ୍ଷମ ଫସଲକୁ ତୁରନ୍ତ ଅମଳ କରିବାକୁ ଚାଷୀମାନଙ୍କୁ ସଚେତନତା କରିବା ପାଈଁ କୃଷି ବିଭାଗର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସେହିପରି ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ସତକର୍ତା ଅବଲମ୍ବନ କରିବାକୁ କହିଥିଲେ l ଜିଲ୍ଲାକୁ ବତ୍ୟା ମୁକାବିଲା ନିମନ୍ତେ ଜିଲ୍ଲା ଅଗ୍ନିସମ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ବିଦ୍ୟୁତ ବିଭାଗ, ଟେଲିଫୋନ ବିଭାଗକୁ ମଧ୍ୟ ପରିସ୍ଥିତି ମୁକବିଲା କରିବାକୁ କହିଛନ୍ତି l