ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କ ତରଫରୁ ପ୍ରତିଷ୍ଠାନ ଉପ ବିଭାଗର ସେକ୍ସନ ଅଫିସର ମାୟାଧର ନାୟକଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା

Dec 2 2021 3:17AM
ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କ ତରଫରୁ ପ୍ରତିଷ୍ଠାନ ଉପ ବିଭାଗର ସେକ୍ସନ ଅଫିସର ମାୟାଧର ନାୟକଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ନାୟକ ଦୀର୍ଘ ୩୨ ବର୍ଷ ଚାରି ମାସ ସରକାରୀ ଚାକିରୀ କଲାପରେ ଆଜି ୩୦ .୧୧. ୨୦୨୧ ତାରିଖରେ ସରକାରୀ ସେବା କାର୍ଯ୍ୟରୁ ଅଵସର ଗ୍ରହଣ କରିଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟାଳୟରେ ଶ୍ରୀ ନାୟକଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରୋଭିଜିନାଲ ପେନସନ ମଧ୍ୟ ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ସଭାରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଶ୍ରୀ ନାୟକ ଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ,ଅନାମିକା ପାଣ୍ଡେ, ସୁବ୍ରତ କୁମାର ବେହେରା, ସହକାରୀ ଜିଲ୍ଲାପାଳ, ବାବୁଲାଲ ସାମଲ, ପୁଷ୍ପାଞ୍ଜଳି ଦଣ୍ଡପାଟ, କମଲେସ ମହନ୍ତ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସ୍ବର୍ଣ୍ଣାଲତା ବିଶ୍ୱାସ, ଜିଲ୍ଲା କ୍ରୀଡା ଅଧିକାରୀ, ମହେନ୍ଦ୍ର ସାହୁ, ଜିଲ୍ଲା ଜାତୀୟ ସୂଚନା ଏବଂ ପ୍ରଜ୍ୟୁକ୍ତି ବିଜ୍ଞାନ ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁରେଶ ପଟନାୟକ, ବିଜୟ କୁମାର ବେହେରା, ଭଗବାନ ପାଣିଗ୍ରାହୀ, ବିଜୟ ସାହୁ, ଜିତେନ୍ଦ୍ର ଚୌଧୁରୀ, ସଂଯୁକ୍ତା ସାହୁ, ସୁବାଷ ସାହୁ, ରେଖା ବାଘ, ଚିତ୍ତରଞ୍ଜନ ପାତ୍ର, ଜୋଛନା ଚୌଧୁରୀ, ଅଜୟ ନାୟକ, ମୋବିନା ସୁଲତାନା,ଓଡିଶା ରାଜସ୍ୱ ଅମଲା ସଂଘର ଜିଲ୍ଲା ଶାଖା ଉପଦେଷ୍ଟା କେ. ଅଶୋକ ଚକ୍ରବର୍ତ୍ତୀ, ସଭାପତି, ଆଶୁତୋଷ ମହାନ୍ତି, ସମ୍ପାଦକ, ତ୍ରିଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।