ପୁରା ଖବର ବିଷୟରେ



ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

Nov 23 2021 8:41PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ରାୟଗଡା ଜିଲ୍ଲାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷିରେ ଗୁଣପୁର ମିନି ଷ୍ଟାଡିୟମ ଠାରେ ଗୁଣପୁର ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ ।ଗୁଣପୁର ବ୍ଲକ ର ଗାଦିଆଖଳା ପଞ୍ଚାୟତ ର ୧୪୫୦ ଜଣ ହିତାଧକାରୀଙ୍କୁ ଓ ରେଗଡା ପଞ୍ଚାୟତ ର ୮୮୦ ଜଣ ହିତାଧକାରୀଙ୍କୁ ସ୍ମାର୍ଟ କାର୍ଡ ବିତରଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଧାୟକ ସମତେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିଲତା ପ୍ରଧାନ ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଶ୍ୱିନ ଗମାଙ୍ଗ ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ଗମାଙ୍ଗ ,ସମିତି ସଭ୍ୟ ବାଳି ଗମାଙ୍ଗ , ଗାଦିଆଖଳା ସରପଞ୍ଚ ସନ୍ଧ୍ୟାରାନୀ କଣ୍ଡା ଗରି , ରେଗଡ଼ା ସରପଞ୍ଚ ବୃନ୍ଦାବତି ପତିକ ମଞ୍ଚ ରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଗୁଣପୁର ବ୍ଲକ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l