ପୁରା ଖବର ବିଷୟରେ



ଗୁଣପୁର ପୌର ପରିଷଦର 5ଟି ୱାର୍ଡର 80 ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ।

Nov 23 2021 6:19PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଭରଚୁଆଲ ମାଧ୍ୟମରେ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁଣପୁର ପୌର ପରିଷଦର 5 ଟି ୱାର୍ଡର 80 ପରିବାରଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ବିଜୁ ସ୍ୟାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ ଯୋଗ ଦେଇ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଥିଲେ । ଶ୍ରୀ ଦାସ ନିଜ ବ୍ୟକ୍ତବରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତିଟି ପରିବାରର ଜୀବନ ରକ୍ଷା କରିବା ନିମନ୍ତେ ସକଳ୍ପ ବୋଧ ଓ ନାରୀ ସୁରକ୍ଷା ଉପରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି । ମହିଳା ମାନଙ୍କ ସଶକ୍ତି କରଣ, ସ୍ୱାବଲମ୍ବୀ, ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ ଉପରେ ଶ୍ରୀ ଦାସ ବ୍ୟକ୍ତବ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।