ପୁରା ଖବର ବିଷୟରେ



ଭଦ୍ରକ ସାରଥିଦେବ ପରିବାର ତରଫରୁ କର୍କଟ ରୋଗୀ ପରିବାରକୁ ସହାୟତା ପ୍ରଦାନ---

Nov 19 2021 3:55PM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକ କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଏନ୍.ଏ.ସି ଅଞ୍ଚଳରେ ଅବସ୍ଥିତ ଜୟନଗର ଗ୍ରାମରେ ସୁନନ୍ଦ ପ୍ରଧାନ ଙ୍କ ଧର୍ମପତ୍ନୀ ରୀନା ପ୍ରଧାନ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲ ରୁ ଫେରି ଆସିଥିଲେ। ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ଘରେ ପଡିରହି ମରଣ ସହିତ ସଂଗ୍ରାମ କରୁଥିବାବେଳେ ଯାହାର ଜୀବନ୍ତ କରୁଣ କାହାଣୀ ର ଦୃଶ୍ୟ ନୂତନ ଓଡ଼ିଶା ନ୍ୟୁଜ ଚ୍ୟାନେଲ ହାତରେ ଲାଗିଥିଲା।ଏହି କରୁଣ କାହାଣୀ ର ଦୃଶ୍ୟ ଖବର ମାଧ୍ୟମରେ ଖୁବ୍ ଶିଘ୍ର ଓଡ଼ିଶାର କୋଣ ଅନୁକୋଣରେ ଖେଳିଯାଇଥିଲା। ତନ୍ମଧ୍ୟରୁ ଭଦ୍ରକ ସାରଥିଦେବ ଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ଏହି କରୁଣ କାହାଣୀ ର ଦୃଶ୍ୟ କୁ ବେଶ ଅନୁଭବ କରି ଛୁଟି ଆସିଥିଲେ ସାହାଯ୍ୟର ହାତ ବଢ଼ାଇବାକୁ। ପ୍ରିଡିତା ଜଣକ ସଂସାରରୁ ଚାଲିଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ଅଶ୍ରୁ ଗଦଗଦ ଆଖିରେ ସମବେଦନା ଜଣାଇ ନଗଦ ଦଶ ହଜାର ଟଙ୍କାର ଅର୍ଥ ରାଶି ଦେବା ସଙ୍ଗେ ସଙ୍ଗେ ଅନ୍ତେଷ୍ଟି କ୍ରିୟା ପାଇଁ ଚାଉଳ,ଡାଲି,ଆଳୁ, ବସ୍ତ୍ର ଇତ୍ୟାଦି ପନି ପରିବା ପ୍ରଦାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ରେ ଶ୍ରୀମତୀ ସୁଜାତା ନାୟକ,ଗୋରାଙ୍ଗ ଯେନା,ବିଜୟ ଯେନା, ଶଙ୍କର୍ଷଣ ପଲେଇ, ବଳରାମ ବାରିକ,ମମତା ମିଶ୍ର,ବୁଲୁ ବେହେରା, ଶ୍ରୀକାନ୍ତ ରାଉତ, ରବିନାରାୟଣ ଦାସ, ବିଦ୍ୟାଧର ଦାସ,ପ୍ରମିଳା ଯେନା,ମମତା ଓ ରବି ପ୍ରମୁଖ ସାରଥି ଦେବଙ୍କ ଭକ୍ତ ମାନେ ଉପସ୍ଥିତ ରହିବାର ଦୃଶ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ସାରଥୀ ଦେବଙ୍କ ପରିବାର ତରଫରୁ ଏପରି ଏକ ଜନହିତକର ପଦକ୍ଷେପ ନିଆଯାଇଥିବାରୁ ବିଭିନ୍ନ ଦିଗରୁ ପ୍ରଶଂସା ର ସୁଅ ଛୁଟିଆସୁଥିବାର ସୂଚନା ମିଳିଛି।