ପୁରା ଖବର ବିଷୟରେ



ବାସୁଦେବପୁର ରେ କଂଗ୍ରେସ ରାଲି

Nov 13 2021 9:10AM
(ବାସୁଦେବପୁର ରୁ ଶ୍ରୀକାନ୍ତ ମହାପାତ୍ର ଙ୍କ ରିପୋର୍ଟ) ଓଡିଶା କଂଗ୍ରେସ ଆଜି ମମିତା 6ମ6ହର ହତ୍ୟା ଘଟଣାର ମୁଖ୍ୟ ମନ୍ତ୍ରୀ ଓ ମନ୍ତ୍ରୀଙ୍କ ଇସ୍ତପା ଦାବୀ କରି ଆଜି ଓଡିଶା ବନ୍ଧ ଡାକରା ଦେଇଥିବାବେଳେ ଏଥିରୁ ବାଦ ପଡିନାହିଁ ଭଦ୍ରକ ଜିଲ୍ଲା ବାସୁଦେବପୁର କଂଗ୍ରେସ । ବାସୁଦେବପୁର କଂଗ୍ରେସ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଥିବାବେଳେ କିଛି ଦୋକାନ ବଜାର ବନ୍ଦ କରିଥିବାବେଳେ ବସ ଚଳାଚଳ ବଳ ବନ୍ଦ ହୋଇଛି । ଆଜି କଂଗ୍ରେସ ମମିତାମୋହରଙ୍କ ହତ୍ୟାରେ ସଂପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତ ପା ଦାବୀ କରି କଂଗ୍ରେସ କାର୍ଯ୍ୟଳୟ ଠାରୁ ନାଗର କଂଗ୍ରେସ ସଭାପତି ଉକ୍ତ ରଂଜନ ପଟ୍ଟନାୟକଙ୍କ ନେତୃତରେ ଏକ ଚାଲି ବାହାର କରି ସହର ପରିକ୍ରମା କରିବା ସହିତ ମନ୍ତ୍ରୀଙ୍କ ବିରୋଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ତହସିଲି କାର୍ଯ୍ୟ।ଳୟ ଆଗରେ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ।