ପୁରା ଖବର ବିଷୟରେ



କପ୍ତିପଦା ରାଜଗଡ଼ର ଯୁବ ରାଜଙ୍କ 32 ବର୍ଷ ରେ କଟକ ବଡ଼ ମେଡିକାଲରେ ବିୟୋଗ, ଶୋକାକୁଳ ପରିବେଶରେ ଶବ ହେବ ସତ୍କାର

Nov 13 2021 9:08AM
(ମୟୁରଭଞ୍ଜ ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ମରଣ ଯେ କେତବେଳେ କାହାକୁ ଆସେ ତାହାତ ଆମେ କଳ୍ପନା କରିନଥିବୁ ସେ ଛଟୋ, ବଡ, ଧନୀ, ଗରିବ ସମସ୍ତ ଙ୍କୁ ଭେଦ କରିଥାୟ ଠିକ ଏହି ପରି ଏକ ଦୁଃଖଦ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର କପ୍ତିପଦା ରାଜଗଡ଼ର ଯୁବ ରାଜ ଶ୍ରୀଦାମ ଚନ୍ଦ୍ର ପରାକ୍ରମ ବାହୁ ବିରାଟ ଭୁଜଙ୍ଗ ମାନ୍ଧାତାଙ୍କ 32 ବର୍ଷ ବୟସରେ କଟକ ବଡ଼ ମେଡିକାଲରେ ଦେହାନ୍ତ ହୋଇ ଯାଇଛି, ସୂଚନା ମୁତାବକ ଯୁବରାଜ କିଛି ଦିନ ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ନେଇ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉ ଥିବା ବେଳେ ପରେ କଟକ ବଡ଼ ମେଡିକାଲରେ ଆଇ ସି ୟୁ ରେ ରହି ଚିକିତ୍ସିତ ହେଉ ଥିଲେ, ତେବେ ଅସୁସ୍ଥତା କାରଣରୁ ଆଜି ସକାଳ 6ଟା 45 ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇ ଥିଲା, ତେବେ ତାଙ୍କର ବିୟୋଗ ଖବର ପ୍ରସାରିତ ହେବା ପରେ କପ୍ତିପଦା ଉପଖଣ୍ଡରେ ଶୋକର ଛାୟା ଖେଳି ଯାଇ ଥିବା ବେଳେ କଟକରୁ ତାଙ୍କ ମର ଶରୀର ଦିନ 3.30ମିନିଟରେ କପ୍ତିପଦା ପହଂଚିବା ପରେ ବଜାର ପରିକ୍ରମା ପରେ ମର ଶରୀର ରାଜବାଟୀକୁ ନିଆ ଯାଇ ଥିଲା, ମର ଶରୀର ରାଜବାଟୀରେ ପହଂଚିବା ପରେ ତାଙ୍କ ମର ଶରୀରକୁ ଶେଷ ଦର୍ଶନ ପାଇଁ କପ୍ତିପଦା ଅଂଚଳର ବହୁ ଜନ ସାଧାରଣ ସମେତ, କପ୍ତିପଦା ଉପଖଣ୍ଡର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଶ୍ରୀନାଥ ସୋରେନ ରାଜ ବାଟିରେ ଉପସ୍ଥିତ ହୋଇ ଯୁବରାଜଙ୍କ ମର ଶରୀର ଶେଷ ଦର୍ଶନ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ, ସୂଚନା ମୁତାବକ ଉପଖଣ୍ଡର ପେଡାଗୋଡି ଗ୍ରାମରୁ ନୂତନ ଭାବେ ରାଜ ପରିବାରର ନୂତନ ରାଜା ସୌରଭ ଚନ୍ଦ୍ର ସାଏ ଦାଇତ୍ୱ ଗ୍ରହଣ ପରେ ତାଙ୍କ ଆଦେଶ ପରେ ରାଜକୀୟ ଢଙ୍ଗରେ ଯୁବ ରାଜଙ୍କ ଶବ ସତ୍କାର ହେବ ବୋଲି ରାଜ ପରିବାର ତରଫରୁ ସୂଚନା ମିଳିଛି l