ପୁରା ଖବର ବିଷୟରେ



କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଙ୍କ ନବରଙ୍ଗପୁର ଗ୍ରସ୍ତ, ସମୀକ୍ଷା ବୈଠକ ସହ ଭଣ୍ଡାରଘୋରାଣୀ ମାଁ ଙ୍କ ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ l

Nov 9 2021 12:12PM
(ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ଦିନିକିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ରେ କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ଉନ୍ନୟନ ବିଭାଗ ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସ୍ଥାନୀୟ ସର୍କିଟ ହାଉସ ଠାରେ ନବରଙ୍ଗପୁର ଆଦିବାସୀ ଉନ୍ନୟନ ବିଭାଗ ଓ ଜଳସମ୍ପଦ ବିଭାଗ ର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ରତ୍ନାକର ସାହୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅମରେନ୍ଦ୍ର ପାଢ଼ୀଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉଦ୍ୟମ ରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଆଦିବାସୀ ଉନ୍ନୟନ ବିଭାଗ ର ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ହ୍ରାସ ପାଇଥିବା ବେଳେ ଆଦିବାସୀ ଉନ୍ନୟନ ବିଭାଗ କୁ ଆଗାମୀ ଦୁଇ ବର୍ଷ ଭିତରେ ଜିଲ୍ଲାକୁ ସ୍ୱାଭାବିକ ଭାବେ ଅନୁଦାନ ଯୋଗାଇଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା 2023 ସୁଦ୍ଧା ପ୍ରତିଘରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟ ରେ 3323 କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ 4ଟି ପ୍ରକଳ୍ପ କରାଯାଉଛି l ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ରେ ଦୁଇଟି ପ୍ରକଳ୍ପ ର ନିର୍ମାଣ କାମ ଚାଲୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାରେ MGNREGS କାମ ରେ ବ୍ୟାପକ ଦୁର୍ନୀତି ଚାଲିଥିବା ମନ୍ତ୍ରୀ ଅଭିଯୋଗ ଆଣି କାଗଜପତ୍ରରେ ହିଁ କାମ ଚାଲିଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଚଂଚକତା ରେ ସ୍ଥାନୀୟ ସରକାରୀ ଅଧିକାରୀ ସଂପୃକ୍ତ ହୋଇ ମିଥ୍ୟା ବିଲ କରୁଥିବା ବେଳେ MGNREGS କାମ କିଭଳି ଚାଲିଛି ତାହା ସମସ୍ତେ ଜାଣିଛନ୍ତି ।MGNREGS କାମ ରେ ବ୍ୟାପକ ଦୁର୍ନୀତି ଚାଲିଥିବା ବେଳେ ଏଥିରେ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପ୍ରକାଶ କରିଛନ୍ତି ମନ୍ତ୍ରୀ । ରାଜ୍ୟ ସରକାର ୟୁସି ଦେଉନଥିବାରୁ ଅନୁଦାନ ଆସିପାରୁନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସମୀକ୍ଷା ବୈଠକ ପରେ ମନ୍ତ୍ରୀ ପଡାଲଗୁଡା ସ୍ଥିତ ଦିନଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମ କୁ ଯାଇ ଅନ୍ତେବାସୀ ଙ୍କ ସମସ୍ୟା ବୁଝିବା ସହିତ ପିଲାଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରିଛନ୍ତି । ଏହାପରେ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ପୀଠ କୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ l ନବରଙ୍ଗପୁର ର ଦୁଇ ପୂର୍ବତନ ଏମପି ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ଭାଜପା ସଭାପତି ଜଗଦିଶ ବିଷୋୟୀ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ସମେତ ଭାଜପା ଜିଲା କର୍ମକର୍ତା ଓ କର୍ମୀ ପ୍ରମୁଖ ରହିଥିଲ ।