ପୁରା ଖବର ବିଷୟରେ



ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

Oct 31 2021 8:59AM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ଘରୋଇ ମହାବିଦ୍ୟାଳୟ ର ପରିଚାଳନା ସମିତିର ଅଧ୍ୟକ୍ଷ ପଞ୍ଚାନନ ଚୌଧୁରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନୁଷ୍ଠାନର ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗ କ୍ରମେ ପୋଲସି ଗିରଫ କରିଛି। ପୋଲିସ କହିବାନୁଯାୟୀ ସ୍ଥାନିତ ନୀଳାଦ୍ରି ବିହାର ଅଞ୍ଚଳରେ ଗତ ୨୦୨୦ମସିହାରେ ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ନାମରେ ଏକ ଘରୋଇ ମହାବିଦ୍ୟାଳୟ ଖୋଲାଯାଇଥିଲା। ପଞ୍ଚାନନ ଚୌଧୁରୀ ଏହି ଅନୁଷ୍ଠାନର ପରିଚାଳନା ଅଧ୍ୟକ୍ଷ ରହିଛନ୍ତି। ତେବେ ଭଦ୍ରକ ଜିଲ୍ଲା ଅଞ୍ଚଳର ସସ୍ମିତା ପଣ୍ଡା ଏହି ଅନୁଷ୍ଠାନର ସଂଯୋଜିକା ତଥା ପ୍ରଶିକ୍ଷିକା ଭାବେ ନିୟୋଜିତ ହୋଇଥିଲେ। ଅନୁଷ୍ଠାନ ପକ୍ଷରୁ ମାସିକ ୩୦ହଜାର ଟଙ୍କା ବେତନ ଦେବାକୁ କୁଆଡେ ନିଷ୍ପତ୍ତି ହୋଇଥିଲା। ଏପରିକି ଅନୁଷ୍ଠାନ ନିକଟରେ ଏକ ଭଡା ଘରେ ସସ୍ମିତା ପଣ୍ଡା ନିଜ ମାଙ୍କ ସହ ରହି ଆସୁଥିଲେ। ତେବେ କିଛି ଦିନପରେ ସସ୍ମିତା ଙ୍କ ମାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ରେ ଚିକିଛା ନିମନ୍ତେ ନେଇଥିଲେ। କିନ୍ତୁ ପରବର୍ତୀ ସମୟରେ କରନା ଯୋଗୁଁ ତଲାବନ୍ଦ ହେବା ଦ୍ୱାରା ସସ୍ମିତା ଆଉ ଗୁଣପୁର ଆସି ପାରିନଥିଲେ। ତେବେ ଘର ମାଲିକ ଭଡା ବାବଦକୁ ଟଙ୍କା ପାଇ ନଥିବାରୁ ଏନେଇ ଅନୁଷ୍ଠାନ ର ଅଧ୍ୟକ୍ଷ ପଞ୍ଚାନନ ଚୌଧୁରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ଚୌଧୁରୀ ତାଲାପ ଡିଥିବା ଘରୁ ଭାଙ୍ଗି ସସ୍ମିତାଙ୍କ ଆସବାଵ ଜିନିଷ ସହ କିଛି ସାମଗ୍ରୀ ନିଜ ଘରକୁ ନେଇ ଘର ମାଲିକଙ୍କୁ ଘର ହସ୍ତାନ୍ତର କରିଦେଇଥିଲେ। ତେବେ ସସ୍ମିତା ଗୁଣପୁର ଫେରି ଆସିବା ବେଳେ ସମସ୍ତ ଘଟଣା ଜାଣି ନିଜ ଜିନିଷ ପତ୍ର ପଞ୍ଚlନନଙ୍କୁ ମାଗିବାରୁ କିଛି ଫେରାଇଥିବା ବେଳେ ଆଉକିଛି କାଳେ ଦେଇନଥିବା ବେଳେ ୩ ମାସର ୯୦ହଜାର ଟଙ୍କା ମଧ୍ୟ ମାଗିବାରୁ ଦେଇ ନଥିବା ନେଇ ସସ୍ମିତା ଗତ ସେପ୍ଟେମ୍ବର ୨୪ତାରିଖରେ ଗୁଣପୁର ଥାନାରେ ଏତଲା ଦାୟର କରିଥିଲେ। ଏନେଇ ପୋଲିସ କେଶ ନଂ୧୪୧/୨୧ଅନୁଯାୟୀ , ଦଫା ୪୫୪,୩୮୦,୩୪୧,୩୨୩,୩୫୪,ଏବଂ ୩୪ଆଇପିସି ରେ ମାମଲା ରୁଜୁ କରି ଥିଲେ ।ଏନେଇ ପୋଲିସ ତଦନ୍ତ ଭାର ଆଗକୁ ନେଇ ଗତକାଲି ପାରଳାଖେମୁଣ୍ଡିରୁ ପଞ୍ଚାନନ ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆସିଆଇସି ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଉପକାରାଗାର କୁ ପଠାଇଦିଅସଯାଇଛି ।