ପୁରା ଖବର ବିଷୟରେ



ଗୁଡାରି ଥାନା ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସାଧୁତାର ଶପଥ ପାଠ ।

Oct 30 2021 8:14AM
(ଗୁଡାରିରୁ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡାରି ଥାନା ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ତାଉଡିଆଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାଧୁତାର ଶପଥ ପାଠ ହୋଇଯାଇଛି।ଉକ୍ତ ଶପଥ ପାଠ ଦେଶ ବ୍ୟାପୀ ଅକ୍ଟୋବର ୨୬-୨୦୨୧ ଠାରୁ ନଭେମ୍ବର ୦୧-୨୦୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଚାଲୁ ରହିଥିବା ସୂଚନା ମିଳିଛି । ଦୁର୍ନୀତି କହିଲେ କେବଳ ଲାଞ୍ଚ ନେବା ନୁହେଁ ଲାଞ୍ଚ ଦେବାର ଅର୍ଥ ହିଁ ଦୁର୍ନୀତି। ଲାଞ୍ଚ ଦେବା ଓ ନେବା ଏକ ଧାତବ୍ୟ ଅପରାଧ ଅଟେ । ଦେଶରେ ଆର୍ଥିକ, ସାମାଜିକ ଓ ରାଜନୈତିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ।ଦେଶରେ ଦୁର୍ନୀତିକୁ ମୂଳଉତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ପ୍ରତ୍ୟେକ ସରକାରୀ ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ରରେ ସ୍ୱଚ୍ଛତା, ସାଧୁତା, ସତର୍କତା ଓ ସତ୍ୟନିଷ୍ଠା ରେ ପ୍ରତିବଦ୍ଧତା ରହି ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ ବୋଲି ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ତାଉଡିଆ ପଦ୍ଧାଧିକାରୀ,ଆରକ୍ଷୀ ଓ ଗୃହରକ୍ଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଅନିରୁଦ୍ଧ ଜାଲି, ହାବିଲଦାର ଲୋକନାଥ ଯାନୀ ଆରକ୍ଷୀ ଓ ଗୃହରକ୍ଷୀମାନଙ୍କ ଉପସ୍ଥିତରେ ଶପଥ ପାଠ କରାଯାଇଥିଲା।