ପୁରା ଖବର ବିଷୟରେ



ବରଗଡା ସେବା ସମବାୟ ସମିତି ଉପରେ ଜିଲ୍ଲା ପ୍ରଶାସନ ର କଢା ନଜର-----

Oct 26 2021 9:01AM
(ରଞ୍ଜନ ମଲ୍ଲିକ କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନସ୍ଥ ବରଗଡ଼ା ସେବା ସମବାୟ ସମିତିରେ ଦୀର୍ଘ ଦିନ ଧରି ଚାଷୀ ମାନେ ଅଭିଯୋଗ କରିଆସୁଥିଲେକି ଚାଷୀ ମାନେ ଉକ୍ତ ସମିତିରୁ ଋଣ ନ ନେଇ ମଧ୍ୟ ତାଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ କରାଯାଇଛି।ଏହା ନେଇ ଚାଷୀମାନେ ବାରମ୍ବାର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଆସୁଥିଲେ ,ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେଲା ଚାଷୀ ମାନେ ଉକ୍ତ ସମିତିରେ ତାଲା ମଧ୍ୟ ପକାଇଆସୁଥିଲେ । ଉକ୍ତ ଘଟଣାର କଢା ତଦନ୍ତ ପାଇଁ ଆଜି ଉପଜିଲ୍ଲାପାଳ ପିତାମ୍ବର ସାମଲ ,ARCC ବିକାଶ ନାୟକ , coparetiv inspector ମୃତ୍ୟଞ୍ଜୟ ପଣ୍ଡା,Branch Manager ବିଚିତ୍ରନନ୍ଦ ସାହୁ,ସ୍ଥାନୀୟ ଧୂସୁରି ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ ସିଂ ଙ୍କ ସମେତ ସମବାୟ ସମିତିର ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତିରେ ଚାଷୀ ମାନଙ୍କୁ ଡାକି ସେମାନଙ୍କର ଅଭିଯୋଗ ଗୁଡ଼ିକୁ ତନ୍ନ ତନ୍ନ କରି ତଦନ୍ତ କରିଥିବାର ସୂଚନା ମିଳିଛି ଏବଂ ଏହାର ସତ୍ୟତା ତଦନ୍ତ ପରେ ଜଣା ପଡିବ ବୋଲି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସାମଲ ମହୋଦୟ ପ୍ରକାଶ କରିଛନ୍ତି।ଏବଂ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।