ପୁରା ଖବର ବିଷୟରେ



କମେଣ୍ଟ ମରାକୁ କେନ୍ଦ୍ରକରି ୩ ଯୁବକ ଥାନାରେ ଅଟକ

Oct 23 2021 10:14PM
(ଧାମନଗର ରୁ ରଞ୍ଜନ କୁମାର ମଲିକ ଙ୍କ ରିପୋର୍ଟ) ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଧାମନଗର ଏନ୍.ଏ.ସି ଅଞ୍ଚଳରେ କଣ୍ଟା ବଣିଆ ଓ ଜ଼ୟନଗର ରାସ୍ତାର ମଧ୍ୟ ସ୍ଥଳରେ କମେଣ୍ଟ ମରାକୁ କେନ୍ଦ୍ରକରି ଗ୍ରାମବାସୀ ମାନେ ୩ ଜଣ ଅସାମାଜିକ ଯୁବକଙ୍କୁ ଅଟକ ରଖି ଧାମନଗର ଥାନାକୁ ଖବର ଦେଇଥିଲେ। ସୂଚନାଥାଉକି ଧାମନଗର କଣ୍ଟା ବଣିଆ ଅଞ୍ଚଳର ବାସକରୁଥିବା ସେକ ଆସିକଙ୍କ ପୁଅ ମିର ଜାହିର ହୋସେନ,ସେକ ଫାରୁକ ଙ୍କ ପୁଅ ମେଳାରେ କାଦିର ଓ ସେକ ଫାରୁକଙ୍କ ପୁଅ ସେକ ସାରୁକ ନିଛାଟିଆ ରାସ୍ତା ରେ ସେହି ଗ୍ରାମର ବାସ କରୁଥିବା ଅନୁସୂଚିତ ଜାତିର ଜଗବନ୍ଧୁ ଯେନାଙ୍କ ନିରିହ ନାବାଳିକା ଝିଅ କୁମାରୀ ମନ୍ଦାକିନୀ ଯେନାଙ୍କୁ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ସମୟରେ ନୀରିହ ନାବାଳିକା ଝିଅଟି ଚିତ୍କାର କରିଵାରୁ ଗ୍ରାମବାସୀ ମାନେ ଆସି ଅସାମାଜିକ ଯୁବକଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ। ଥାନାବାବୁ ଆସି ଆସାମି ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।