ପୁରା ଖବର ବିଷୟରେ



ଭଦ୍ରକ, ଓଡ଼ିଶାର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଆଗାମୀ ନଭେମ୍ବର ୪ ତାରିଖରେ ପାଳିତ ହେବାକୁ ଜାଉଥିବା ବେଳେ ଏହା କିପରି ସୁଚାରୁ ରୂପେ ପାଳନ କରାଯିବ ।ଆଜି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝିଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

Oct 21 2021 10:21AM
(ଭଦ୍ରକ ରୁ ଶିବାନୀ ଶଂକର ମିଶ୍ର ଙ୍କ ରିପୋର୍ଟ) ଭଦ୍ରକ, ଓଡ଼ିଶାର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଆଗାମୀ ନଭେମ୍ବର ୪ ତାରିଖରେ ପାଳିତ ହେବାକୁ ଜାଉଥିବା ବେଳେ ଏହା କିପରି ସୁଚାରୁ ରୂପେ ପାଳନ କରାଯିବ ।ଆଜି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝିଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧ୍ୟକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । କୋଭିଡ଼ କଟକଣା ପାଳନ ପୂର୍ବକ କାଳୀପୂଜା ପାଳନ କରାଯିବା ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗ ଦର୍ଶିକା କୁ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ଉପସ୍ଥାପନ କରିଥିଲେ । ସେହି ଆଧାରରେ ଆଲୋଚନା କରାଯାଇ କାଳୀ ପୂଜା ପର୍ବ ପାଳନ ପାଇଁ ବିଭିନ୍ନ ନିଷ୍ଣରି ନିଆଯାଇଥିଲା । କୌଣସି ପୂଜାମଣ୍ଡପରେ ଜନ ସମାବେଶ ହେବ ନାହିଁ । ମୂର୍ତ୍ତୀ ର ଉଚ୍ଚତା ୪ ଫୁଟରୁ ଅଧ୍ୟକ ହେବ ନାହିଁ । ମେଢ଼ର ତିନିପାଖ ଆବଦ୍ଧ ରହିବ । ଉସୁକତାର ସହିତ ବଡ଼ ଧରଣର କି ଯାକଜକମରେ ପୂଜା କରାଯାଇପାରିବ ନାହିଁ । ଡ଼ାକବାଜି ଯନ୍ତ୍ର ବାଜିବ ନାହିଁ, କି ଯାତ୍ରା କି କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ ।ନିରାଡ଼ମ୍ବର ଭାବେ ପୂଜା କରାଯିବ । ପୂଜା ମଣ୍ଡପ ପାଇଁ ସଂପୃକ୍ତ କର୍ତୃପକ୍ଷଙ୍କ ଠାରୁ ଆୟୋଜକମାନେ ଅନୁମତି ଆଣିବେ। କୌଣସି ପ୍ରକାରେ ଭୋଜିଭାତର ମଧ୍ୟ ଆୟୋଜନ ହେବ ନାହିଁ ମ୍ୟୁନିପାଲିଟି ଦ୍ବାରା ପ୍ରସ୍ତୁତ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ବିସର୍ଜନ ବେଳେ କୌଣସି ବାଦ୍ୟ ବାଜିବା ନାହିଁ କି ଶୋଭାଯାତ୍ରା ହେବ ନାହିଁ । ଆଗାମୀ କାଳୀପୂଜା ଅବସରରେ ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବାରୁ ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ବୈଠକରେ ସୂଚନା ଦିଆ ଗଲା ।