ପୁରା ଖବର ବିଷୟରେ



ମହମ୍ମଦ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ରେ କଦମ ରସୁଲ ଙ୍କ ପୀଠ ଚଳଚଞ୍ଚଳ-

Oct 19 2021 3:43PM
(ଧାମନଗର ରୁ ରଞ୍ଜନ ମଲ୍ଲିକ କଂ ରିପୋର୍ଟ) ଇସଲାମ ଧର୍ମ ପ୍ରବର୍ତ୍ତକ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ସାରା ବିଶ୍ବରେ ନିଡାମ୍ବର ସହିତ ପାଳନ କରାଯାଉ ଥିଲାବେଳେ,ଯାହାର କିଞ୍ଚିତ ଝଲକ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଏନ୍.ଏ.ସି ଅନ୍ତର୍ଗତ ଜଗତି ଗ୍ରାମର କଦମ ରସୁଲ ଙ୍କ ପବିତ୍ର ପୀଠରେ। ଯନ୍ତ୍ରଣା ଜର୍ଜରିତ କୋଭିଡ ମହାମାରୀ ସମୟରେ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିବାରୁ , ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିନଥିଲା।ଅଳ୍ପ ଭକ୍ତରେ କଦମ ରସୁଲ ଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ଏହି କଦମ ରସୁଲ ଙ୍କ ପୀଠରେ ଜନ ସମାଗମ ଦେଖିବା ସହିତ ବିଭିନ୍ନ ଜିଲ୍ଲାରୁ ଭକ୍ତମାନେ ଆସି ପୂଜାର୍ଚ୍ଚନା କରି ସେମାନଙ୍କ ମାନସୀକ ପୂରଣ କରିଥାନ୍ତି।ପୂଜା କମିଟିର ସମ୍ପାଦକ ସେକ୍ ନେଜାମୁଦ୍ଧିନ ଙ୍କ କହିବା ଅନୁସାରେ--ଏହି କଦମ ରସୁଲ ଙ୍କ ପବିତ୍ର ପୀଠରେ ଇସଲାମ ଧର୍ମ ପ୍ରବର୍ତ୍ତକ ମହମ୍ମଦ ଙ୍କ ଶରୀରର କିଛି ଅଂଶ ଏବଂ ତାଙ୍କର କିଛି ସ୍ମରଣୀୟ ପ୍ରତିକ ମଧ୍ୟ ଏହି ପୀଠରେ ଅଦୃଶ୍ୟ ମାନ ହୋଇ ରହିଛି। ତେଣୁ ଏହି କଦମ ରସୁଲ ଙ୍କ ପବିତ୍ର ପୀଠକୁ ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନଙ୍କର ସୁଅ ଛୁଟେ। ତେଣୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତ ମାନଙ୍କୁ କଟକଣା ମଧ୍ୟରେ ରଖାଯାଇଛି।ଅଳ୍ପ ଭକ୍ତରେ ଚଦର ଚଢାଯାଇ ପୂଜାର୍ଚ୍ଚନା କରାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଧାମନଗର ଏକ ହିନ୍ଦୁ, ମୁସଲମାନ ଭାଇଚାରାର ଅଞ୍ଚଳ ହୋଇଥିବାରୁ ଏଠାକାର ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ରାଜେନ୍ଦ୍ର କୁମାର ଦାସ ଏହି ପବିତ୍ର ପୀଠରେ ପହଞ୍ଚି ଚଦର ଚଢାଇବାରେ ସହଯୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଏହି ଉତ୍ସବ ଟି କୋଭିଡ କଟକଣା କୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଯାଇଥିଲା।