ପୁରା ଖବର ବିଷୟରେ



ସିନ୍ଧି ଚୋର ଗିରଫ

Oct 10 2021 8:16PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ପୋଲିସ ଓ ଚୋର ମଧ୍ୟରେ ଚାଲିଥିବା ଛକା ପଞ୍ଚା ଖେଳ ଆଜି ସେସହୋଇଛି।କିଛ ମାସ ହେଲା ପୋଲିସ ଓ ଦୋକାନ ବଜାର ମାଲିକ ମାନଙ୍କ ନିଦ ହୋଯାଇଥିବା ସିନ୍ଧି ଚୋର ଗିରଫ ହଇଛି। ଗୁଣୁପୁର ପୋଲିସର ଏକ ବଡ଼ ଧରଣର ସଫଳତା । ବିଭିନ୍ନ ଦୋକାନ ଭାଙ୍ଗି ଚୋରି କରୁଥିବା ଅଭିଯୋଗ ରେ ମାଷ୍ଟର ମାଇଣ୍ଡ ରାଜୁ ସାହୁ କୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଗୁଣୁପୁର, ଗୁଡାରି, ପଦ୍ମପୁର, ମୁକୁନ୍ଦ ପୁର, ବିଷମ କଟକ, ଅଡ଼ବା ଓ ବାତିଲି ଅଞ୍ଚଳରୁ ବିଭିନ୍ନ ଦୋକାନ ଭାଙ୍ଗି ଟଙ୍କା ଓ ଆସବାବପତ୍ର ଚୋରୀ ହୋଇଥିବା ଥାନା ରେ ଅଭିଯୋଗ ହୋଇଥିଲା । ସିସି ଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ ହଇଥିଲା ପୁଲିସ ଏକ ଏକ ସ୍ୱତନ୍ତ୍ର ଟିମ ଗଠନ କରି ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି । ଅଭିଯୁକ୍ତ ଙ୍କ ଠାରୁ ନଗଦ ୧୬ ହଜାର ଟଙ୍କା, ୬ ଟି ମୋବାଇଲ ଫୋନ, ୨ ଟି ମଟର ସାଇକେଲ, ଗୋଟିଏ ଲ୍ୟାପଟପ, 2 ଟି କଟର ମେସିନ ଜବତ କରାଯାଇଛି । ସମସ୍ତ ଚୋରୀ ମାମଲା ର ମାଷ୍ଟର ମାଇଣ୍ଡ ଜଣେ ରାଜୁ ସାହୁ ହିଁ ଥିବା ପୁଲିସ ପ୍ରକାଶ କରିଛି।