ପୁରା ଖବର ବିଷୟରେ



ଗୁଣୁପୁର ଏକ୍ସାଇଜ୍ ଅଫିସର ଏକ ବଡ ସଫଳତା ।

Oct 10 2021 8:13PM
(ଗୁଣୁପୁର ରୁ ମନୋଜ ଦାସ କଂ ରିପୋର୍ଟ) ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ଏକ୍ସାଇଜ୍, ରାୟାଗଡା ଏବଂ ଗୁଣୁପୁର ଅବକାରୀ ବିଭାଗର ଉପନିରୀକ୍ଷକ ଶ୍ରୀ ମାଧବ କୌସଲ୍ୟାଙ୍କ ତତ୍ତ୍ୱଧାନରେ ଷ୍ଟେସନର ଫୋର୍ସ ସହାୟତା ରେ ଗୁଣୁପୁର ଅଞ୍ଚଳ ଅନ୍ତର୍ଗତ ରାଇଗୁଡା ଗ୍ରାମ ଠାରେ ଚଢାଉ କରିଥିଲେ ଫଳସ୍ୱରୂପ ୭୦ ଲିଟର ଲିକୋର ଜବତ କରାଯାଇଥିଲା। ଏହି ସଂପର୍କରେ ଜଣେ ଅଭିଯୁକ୍ତ ଯମୁନା ସାବରଙ୍କୁ ୩୧ ବର୍ଷ ଗିରଫ କରି କୋର୍ଟ ଚାଳନା କରା ଯାଇଥିଲା । ଗୁଣୁପୁର ଅଧିନସ୍ଥ ତାମିଲଗୁଡା ଗ୍ରାମରେ ଚଢ଼ାଉ କରି ସେଠାରେ ୬୫୦ଲିଟର ଦେଶୀ ମଦ ଓ ୧୩୫୦ଲିଟର ମହୁଲି ମଦ ଜବତ କରି ଆଣିବାର ଅସୁବିଧା ଥିବାଯୋଙ୍ଗୁ ସେଠାରେହିଁ ନଷ୍ଟ କରିଦିଆଯାଇଥିଲା ।