ପୁରା ଖବର ବିଷୟରେ



ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ସ୍ଥାୟୀ ଗୃହ ନିର୍ମାଣ ଦାବିରେ ଉଦଳା ଗୋପବନ୍ଧୁ ମେମରିୟlଲ ସେବା ଟ୍ରଷ୍ଟ ତରଫରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଧାରଣା

Oct 3 2021 11:12AM
(ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) -ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବିଜ୍ଞାପିତ ଅଂଚଳ ପରିଷଦରେ ବହୁ ଦିନ ହେବ ଚାଲିଛି ଆୟୁର୍ବେଦ ଚିକିତ୍ସାଲୟ ,ଉକ୍ତ ଚିକିତ୍ସାଲୟ ର ସ୍ଥାୟୀ ଗୃହ ନିର୍ମାଣ ପାଇଁ ସରକାରୀ ଜମି ଚିହ୍ନଟ ହୋଇ ଥିଲେ ମଧ୍ୟ, ଦୀର୍ଘଦିନରୁ ଆୟୁର୍ବେଦିକ ଚିକିତ୍ସାଲୟ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ରାଶି ଆସି ଥିଲେ ମଧ୍ୟ ଗୃହ ନିର୍ମାଣ ନ ହେବାରୁ ଫେରିବାକୁ ବସିଲାଣି,ପ୍ରଶାସନର ଅପାରଗତା ପାଇଁ ଟଙ୍କା ଘୁରିବାକୁ ବସିଲାଣି ଏଥିରେ ପତିକ୍ରିୟା ପ୍ରକାଶ କରି ଉଦଳାର ସ୍ଵେଛା ସେଵୀ ସଂଗଠନ ଗୋପବନ୍ଧୁ ମେମରିୟlଲ ସେବା ଟ୍ରଷ୍ଟ ର କର୍ମୀ ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ପତ୍ର ମାଧ୍ୟମରେ ସେପ୍ଟେମ୍ବର 13 ତାରିଖ ଦିନ ଦୃଷ୍ଟି ଆକର୍ଷଣ କରି ଥିଲେ,ତେବେ ଯଦି ଗାନ୍ଧୀ ଜୟନ୍ତୀ ପୂର୍ବରୁ ଆୟୁର୍ବେଦିକ ଚିକିତ୍ସାଲୟ ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ ତେବେ ଗାନ୍ଧୀ ଜୟନ୍ତୀ ଦିନ କପ୍ତିପଦା ଉପଖଣ୍ଡ ଲୋକଙ୍କ ସ୍ୱାର୍ଥ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବେ ବୋଲି ଜଣାଇ ଥିଲେ, ଇତି ମଧ୍ୟରେ ଗୁଡ଼ାଏ ଦିନ ଅତି ବାହିତ ହୋଇ ଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବାରୁ ପବିତ୍ର ଗାନ୍ଧୀ ଜୟନ୍ତୀ ରେ ଧାରଣା ଦେଲେ ଟ୍ରଷ୍ଟର ଶୋଭାପତି, ପ୍ରମିଳା ପଣ୍ଡା, ସମ୍ପାଦକ ବରିଷ୍ଠ ଆଇନ ଜିବୀ ବସନ୍ତ ବେହେରା,ଉଦଳା ପଂଚାୟତ ସମିତିର ପୂବର୍ତନ ଅଧକ୍ଷ ଶରତ ଚନ୍ଦ୍ର ଦାସ,ଉଦଳା ବଣିକ ସଙ୍ଘର ପୂର୍ବତନ ସଭାପତି ପ୍ରଭାତ ପରିଡା, ବରିଷ୍ଠ ନାଗରିକ ସଙ୍ଘର ସଦସ୍ୟ ନରେନ୍ଦ୍ର ରାଉତ,ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ବାରିକ,କବିୟତ୍ରୀ ନମିତା ରାଉତ,ଆଇନ ଜିବୀ ସତ୍ୟବ୍ରତ ମିଶ୍ର, ଧାରଣା ଚାଲିଥିବା ସମୟରେ ଅଂଚଳର ବହୁ ରାଜନେତା, ସ୍ଵେଛାସେଵୀ, ବିଭିନ୍ନ ସଂଗଠନ ଏହି ଧାରଣାକୁ ସମର୍ଥନ ଦେଇ ଥିବାର ଦେଖିବାକୁ ମିଳି ଥିଲା,ଆୟୁର୍ବେଦିକ ଚିକିତ୍ସାଲୟ ର ଦୃଶ୍ୟ ଦେଖିଲେ ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉ ଥିବା ବେଳେ ବର୍ଷା ଜଳ ପ୍ରବେଶ କରୁଛି ହସ୍ପିଟାଲରେ, ଛାତରୁ ଫଡା ଫଡା ସିମେଣ୍ଟ ଗଳି ପଡୁଛି , ଚିକିତ୍ସାଲୟ କୁ ଆସୁଥିବା ରୋଗୀ ବିପଦରେ ଏଣୁ ଏହାକୁ ତୁରନ୍ତ ନିର୍ମାଣ କରିବାକୁ ଦାବି କରି ଧାରଣାରେ ବସି ଥିବା ଟ୍ରଷ୍ଟର ସଭାପତି ପ୍ରମିଳା ପଣ୍ଡା ଦେଲେ ତାଙ୍କ ପତିକ୍ରିୟା