ପୁରା ଖବର ବିଷୟରେ



ଅସଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜନ ସମ୍ପର୍କ ବୈଠକ ଅନୁଷ୍ଠିତ l

Oct 3 2021 10:53AM
(ଗୁଡାରିରୁ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଅସଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଗାନ୍ଧୀ ଜୟନ୍ତୀ ଅବସରରେ ଜନ ସମ୍ପର୍କ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗାନ୍ଧୀଙ୍କ ସ୍ମୃତି ଚାରଣ କରାଯାଇଥିଲା l ଉକ୍ତ ଜନ ସମ୍ପର୍କ ଅଭିଯାନ ଅକ୍ଟୋବର 3 2021 ଠାରୁ ନଭେମ୍ବର 30 2021 ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ / କର୍ମଚାରୀମାନଙ୍କ ମିଳିତରେ ପ୍ରତି ଗ୍ରାମରେ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ପୂର୍ବକ ଗ୍ରାମ ପରିମଳ ସ୍ୱଚ୍ଛତା, ବାଲ୍ୟ ବିବାହ ଠାବ, ଗ୍ରାମପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ୱନ୍ଧରେ ସଚେତନ କରାଯିବା ନେଇ ଆଲୋଚନା କରାଯାଇଥିଲା l ଏହି ଅବସରରେ ଅସଡ଼ା ସରପଞ୍ଚ ଶ୍ରୀମତୀ ଗୀତେଶ୍ବରୀ ଶବର, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଟି. ସୂରିନାରାୟଣ, AAO ଗୁଡାରି R. ସୁନିତା, A.J.Y. DO. ହେମନ୍ତ କୁମାର ରଥ, A.J.Y. DO. ରାକେଶ କୁମାର ଲାବଲା, NHO ଗୁଡାରି ଉମାଶଙ୍କର ମିଶ୍ର, AO ଅସଡ଼ା ମାର୍କଣ୍ଡ ଗୌଡ଼ ଏବଂ GRS ଅସଡ଼ା ରାମ ଚନ୍ଦ୍ର ଗମାଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମାପନ କରିଥିଲେ l