ପୁରା ଖବର ବିଷୟରେ



ଓଡ଼ିଶା ସୂଚନା ଅଧିକାର ଅଭିଯାନର ଶାଖା କାଶୀପୁର ଶାଖା ପକ୍ଷରୁ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ।

Oct 3 2021 10:49AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ଓଡ଼ିଶା ସୂଚନା ସୂଚନା ଅଧିକାର ଅଭିଯାନର ନିର୍ଦେଶ କ୍ରମେ କାଶୀପୁର ଶାଖା ପକ୍ଷରୁ କାଶୀପୁର ସଦର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ଓଡ଼ିଶା ସୂଚନା ଅଧିକାର ଆଇନ ସମ୍ପର୍କରେ ଜନ ସଚେତନତା ରଥ ମାଧ୍ୟମରେ କାଶୀପୁର ବ୍ଳକ ଶାଖାର ଆବାହକ ଜୟଚନ୍ଦ୍ର ମାଝୀ ନେତୃତ୍ୱରେ କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ରଥକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦୁର୍ନୀତି ବିରୋଧରେ ଲଢେଇର ଅସ୍ତ୍ର ଭାବେ ସୂଚନା ଅଧିକାର ଆଇନକୁ ପଞ୍ଚାୟତ ବ୍ଳକ ଜିଲ୍ଲା ସ୍ତରରେ ବ୍ୟବହାର ପାଇଁ ସଚେତନତା କରାଯାଇଛି । ଦୁର୍ନୀତି ବିରୋଧରେ ଅଭିଯାନରେ ସାମିଲ ହେବାପାଇଁ ଛାତ୍ର ଯୁବକ ସଚେତନ ନାଗରିକ ସରକାରୀ କର୍ମଚାରୀ ବୁଦ୍ଧିଜୀବି ଆଇନଜୀବୀ ପଞ୍ଚାୟତର ନେତୃ ବୃନ୍ଦ ଏହି କାର୍ଯ୍ୟ କ୍ରମରେ ସାମିଲ ହେବାପାଇଁ କାଶୀପୁର ଶାଖା ପକ୍ଷରୁ ନିବେଦନ କରାଯାଉ ଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଏହି ଅବସରରେ ସ୍ୱେଚ୍ଛାସେବୀ ରତ୍ନାକର ନାଏକ,ସୋରଜ ମଣ୍ଡଳ,ପୁରନ୍ଧର ନାଏକ,ଧର୍ମସିଂ ମାଝି,ସତ୍ୟନାରାୟଣ ସାହୁ, ଶିବ ରାମ ନାଏକ, ସୁରତ ଗୋପାଳ କେଶବ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।