ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନରେ ଥିବା ନିର୍ଗୁଣ୍ଡି ଗ୍ରାମ ପଞ୍ଚାୟତର ପାଳ ସାହି ରେ ଏକ ଅଭୋଭନୀୟ ଘଟଣା ଦେଖିବାକୁ ମିଳିଛି।

Oct 3 2021 10:43AM
(ଭଦ୍ରକ ରୁ ଶିବାନୀ ମିଶ୍ର କଂ ରିପୋର୍ଟ) ନିର୍ଗୁଣ୍ଡି ଗ୍ରାମରେ ମନୋଜ ପାଲ, ପିତା ସ୍ବର୍ଗତ କାଠି ପାଲ, ମା ବୁଦ୍ଧି ମତି ପାଲ,ଏବଂ ଭାଇ ଜୟନ୍ତ ପାଲ ବାସ କରନ୍ତି.କିଛିବର୍ଷ ପୂର୍ବେ ମନୋଜଙ୍କର ନୟାଗଡ଼ ଜିଲ୍ଲା ର ରାଧାରାଣୀଙ୍କ ସହିତ ରୀତିନୀତି ଅନୁସାରେ ବିବାହ ସମ୍ପୁର୍ଣ୍ଣ ହୋଇଥିଲା ବିଭାଘରର ଚାରି ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବା ବେଳକୁ ଏଭଳି ଘଟଣା ଏ ଅଞ୍ଚଳକୁ ସ୍ତମ୍ବିଭୂତ କରିଦେଛି। ପରିବାର ର ଗୁଜୁରାଣ ନିମନ୍ତେ ମନୋଜ ଏବଂ ଜୟନ୍ତ ଦୁଇ ଭାଇ ବାହାରେ ରହୁଥିବା ବେଳେ, ଘରେ ବିଧବା ବୁଢ଼ିମା ଏବଂ ମନୋଜ ପାଲ ଙ୍କ ଧର୍ମପତ୍ନୀ ରାଧାରାଣୀ ପାଲ ରୁହନ୍ତି ମନୋଜ ପାଲ ଏକ ଭିନ୍ନ କ୍ଷମ ମଣିଷ ସେ କୋଲକତା ରେ ଛୋଟ ମୋଟ ବେପାର କରି ନିଜ ପରିବାର ର ଭରଣ ପୋଷଣ କରିଥାନ୍ତି । ସଖାଳ ୭ଟା ସମୟରେ ଶାଶୁଙ୍କ ସମେତ ଗ୍ରାମବାସୀ ମାନେ ତାଙ୍କର ମୃତ ଦେହ ଦେଖିବା ସହିତ ଶରୀର ପୋଡ଼ି ହୋଇଥିବା ଦେଖିବାକୁ ପାଇଥିଲେ. ପରେ ସେମାନେ ଏ ବିଷୟରେ ଧାମନଗର ଥାନାକୁ ଜଣାଇଥିଲେ ଏବଂ ଧମାନଗର ପୋଲିସ ଅଧିକାରୀ "ଆଇ ଆଇ ସି " ପ୍ରଦୀପ ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ କରୁଛନ୍ତି । ମୃତ ରାଧାରାଣୀ ଙ୍କ ପରିବାର ବା ତାଙ୍କ ମାଆ ଧାମନଗର ପୋଲିସ ସ୍ଟେସନ ରେ ପହଞ୍ଚି ଏକ କେସ ଫାଇଲ କରିଛନ୍ତି. କେସ ନମ୍ବର 267/21 ରୁଜୁ କରାଯାଇଛି.ପୋଲିସ ଶବଟିକୁ ଜବତ କରି ଜିଲ୍ଲା ମୂଖ୍ଯ ଚିକିତ୍ସାଳୟ କୁ ବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି.'