ପୁରା ଖବର ବିଷୟରେ



ପବିତ୍ର ଗାନ୍ଧୀ ଜୟନ୍ତୀରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଓ.ବି.ସି ମୋର୍ଚ୍ଚା ଏବଂ ଟ୍ରକ ଓ ଅଟୋ ମାଲିକ ସଂଘ ତରଫରୁ ସ୍ଵଛ ଭାରତ ଅଭିଯାନ

Oct 2 2021 4:50PM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକ କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ଓ.ବି.ସି ମୋର୍ଚ୍ଚା ଏବଂ ଟ୍ରକ ଓ ଅଟୋ ମାଲିକ ସଂଘ ତରଫରୁ ଧାମନଗର ବ୍ଲକ ଅନ୍ତର୍ଗତ ଧାମନଗର ସବ୍ ରେଜେଷ୍ଟ୍ରି କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବାବା ଯୋଗେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏକ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମଟି ଭାରତୀୟ ଜନତା ପାର୍ଟିର ଓ.ବି.ସି ସେଲର ଧାମନଗର ନଗର ସଭାପତି ତଥା ଟ୍ରକ୍ ଓ ଅଟୋ ମାଲିକ ସଂଘ ର ସଭାପତି ଶ୍ରୀ ଯୁକ୍ତ ବିରେନ୍ଦ୍ର କୁମାର ଜେନା ଙ୍କ ନେତୃତ୍ବରେ ସଫଳ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରକ ଓ ଅଟୋ ମାଲିକ ସଂଘ ର ସମସ୍ତ ମାଲିକ ମାନେ ଏବଂ ଭାରତୀୟ ଜନତା ପାର୍ଟିର ଓ.ବି.ସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଧାମନଗର ସବ୍ ରେଜେଷ୍ଟ୍ରି କାର୍ଯ୍ୟାଳୟ ଠାରୁ ବାହାରି ବଜାର ସଫେଇ କରିବା ସହିତ ଧାମନଗର ବଜାରରେ ଥିବା ବାବା ଯୋଗେଶ୍ଵର ମହାଦେବ ମନ୍ଦିର ଚତୁଃପାର୍ଶ୍ଵରେ ସଫେଇ କାର୍ଯ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେଣୁ ଆଜିର ଏହି ପବିତ୍ର ଗାନ୍ଧୀ ଜୟନ୍ତୀରେ ଏପରି ଜନହିତକର କାର୍ଯ୍ୟରେ ନିଜକୁ ସମର୍ପଣ କରି ଜୀବନକୁ ଧନ୍ୟ ମନେକରି ଛନ୍ତି।