ପୁରା ଖବର ବିଷୟରେ



ସୀତାରାମ ଙ୍କୁ ଝୁରିଛି ସୀତାରାମ ଙ୍କ ଜନ୍ମ ମାଟି।

Sep 27 2021 11:42AM
(ଉଦଳାରୁ ରାଜୀବ କୁମାର ବେହେରାଙ୍କ ର ରିପୋର୍ଟ) ଝୁରୁଛନ୍ତି ମୟୁରଭଞ୍ଜ ବାସୀ, ଝୁରୁଛନ୍ତି ବଣ ଜଙ୍ଗଲ ଗଛ ଲତା। ଯାହା କୋଳରେ ଦିନେ ସୀତାରାମ ହସି ଖେଳି ବଡ଼ ହୋଇଥିଲେ ଆଜି ସୀତାରାମଙ୍କ ପରି ଜଣେ ନିର୍ଭୀକ ଯବାନ କୁ ହରାଇ ଝୁରୁଛନ୍ତି ସମସ୍ତେ। ମହାନଦୀରେ ଗଜ ଉଦ୍ଧାର କରିବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଓଡ୍ରାଫ ଯବାନ ସୀତାରାମ ଙ୍କ ମୃତ୍ୟୁ ହୋଇଥିଲା। ତେବେ ଯବାନଙ୍କ ମୃତ୍ୟୁ ରେ ତାଙ୍କ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ଗଜରାଜଙ୍କୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇଥିଲେ। ମାତ୍ର ବୋଟ ଜଳସ୍ରୋତରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବୋଟରୁ ଖସି ଜଳରେ ଭାସିଯାଇ ମୃତ୍ୟୁବରଣ କରିଥିଲେ ଯବାନ। ତେବେ ମୃତ ଓଡ୍ରାଫ ସିପାହୀ ସୀତାରାମଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗ୍ରାମର ମୁକ୍ତାଝରୀ ଗ୍ରାମରେ । ତେବେ ସଂମ୍ମାନ ର ସହ ଯବାନ ସିତାରାମ ମୁର୍ମୁ ଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ। ସିତାରାମଙ୍କ ପରିବାର ଲୋକ ସୀତାରାମ ମୁର୍ମୁଙ୍କୁ ସହିଦ ଘୋଷଣା କରିବାକୁ ଦାବି କରିବା ସହିତ ତାଙ୍କ ପତ୍ନୀଙ୍କୁ ଚାକିରୀ ପିଲାଙ୍କ ପାଠ ପଢା ଏମିତି ଅନେକ ଦାବି ରଖିଛନ୍ତି। ତେବେ ପରିବାର ଲୋକଙ୍କ ଦାବିକୁ ସରକାର ଗ୍ରହଣ କରି ସୀତାରାମ ଙ୍କୁ ସହିଦ ଘୋଷଣା କରିବା ସହିତ ତାଙ୍କ ଶେଷ କୃତ୍ୟ ସମ୍ମାନର ଶେଷ ହୋଇଛି।