ପୁରା ଖବର ବିଷୟରେ



ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ଯାଞ୍ଚ ସମୟରେ ଧରାପଡିଲା ଘରୋଇ ବସ. ଗାଡି ନମ୍ବର OD 33.B.1111...11ଲକ୍ଷ 22.ହଜାର. 147.ଟଙ୍କା ଫାଇନ ସହ ଜୋରିମନା...

Sep 26 2021 2:19PM
(ନବରଙ୍ଗପୁର ସ୍ଵତନ୍ତ୍ର ପ୍ରତିନିଧି ବର୍ତ୍ତ ହରିଜନକଂ ରିପୋର୍ଟ) ନବରଙ୍ଗପୁର ପରିବହନ ବିଭାଗ ପକ୍ଷରୁ ପ୍ରତ୍ୟେହ ଗାଡି ମଟର ଯାଞ୍ଚ କରାଯାଉଥିବା ସମୟରେ । ଶନିବାର ପାପଡାଡାଣ୍ଡି ନିକଟ ଡିୟର ପାର୍କ ନିକଟରେ ଅତିରିକ୍ତ ପରିବହନ ଅଧିକାରୀ ଶ୍ରୀ ବିଭୂରଂଜନ ନାୟକ, ଟ୍ରାଫିକ ଏସଆଇ ମିଥୁନ ପ୍ରଧାନ, ବିଜୟ ସେଠୀ ଓ ସୂର୍ଯ୍ୟ ନାରାୟଣ ପ୍ରଧାନ ବସ, ଟ୍ରକ, ଗାଡି ମଟର ଯାଞ୍ଚ ପାଇଁ ରହିଥିଲେ । ସେହି ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାରୁ ଓୟୁଏଟିରୁ 62 ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ କୋରାପୁଟ ଜିଲା ସେମିଳିଗୁଡାକୁ ଷ୍ଟଡି ଟୁରରେ ଏକ ଘରୋଇ ବସ ନମ୍ବର( OD.33.B.1111)ରେ ଯାଉଥିଲେ । ବସଟି ଯାଞ୍ଚ ସମୟରେ ଧରାପଡିଲା । ବସର କାଗଜ ପତ୍ର ମାଗି ଯାଞ୍ଚ କରିଲା ବେଳେକୁ ଜଣାପଡିଲାଯେ, ୨୦୧୯ ମେ’୧ ତାରିଖ ରୁ ରୋଡ ଟ୍ଯାକ୍ସ ଜମା ହୋଇ ନାହିଁ । ମାସିକ ୧୬ ହଜାର ୨୬୩ ଟଙ୍କା ହିସାବ ସହ କୋଭିଡ ସମୟରେ ସରକାର ଛାଡ କରିଥିବା ଟ୍ୟାକ୍ସ କାଟ ପରେ ବସ ମାଲିକ ସଂଯୁକ୍ତା ମିଶ୍ର ୧ ଲକ୍ଷ ୨୧ ହଜାର ୯୨୩ ଟଙ୍କା ବିଭାଗକୁ ଜମା କରି ନାହାଁନ୍ତି । ଏନେଇ ନିୟମ ଭଙ୍ଗ ଜନିତ ଜୋରିମାନା ବାବଦକୁ ୧୦ ଲକ୍ଷ ୨୨୪ ଟଙ୍କା ଓ ପୂର୍ବ ଟ୍ୟାକ୍ସ ୧ଲକ୍ଷ ୨୧ ହଜାର ୯୨୩ଟଙ୍କା ମୋଟ ୧୧ ଲକ୍ଷ ୨୨ ହଜାର ୧୪୭ ଟଙ୍କା ଜୋରିମନା କଟାଯାଇଛି । ବସକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଅଟକ ରଖାଯାଇଛି। ଛାତ୍ର ମାନଙ୍କୁ ବିଭାଗ ପକ୍ଷରୁ ଅନ୍ୟ ଏକ ବସର ବ୍ୟବସ୍ଥା କରାଯାଇ ସେମିଳିଗୁଡା ପଠାଯାଇଥିଲା।..