ପୁରା ଖବର ବିଷୟରେ



ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ।

Sep 25 2021 12:55PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ଙ୍କ ୧୦୪ ତମ ଜନ୍ମ ଜୟନ୍ତି ବଡ଼ ଆଡମ୍ବର ସହ ସରକାରଙ୍କ କୋବିଡ ର ସମସ୍ତ ନିୟମକୁ ପାଳନ କରି ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ପାଳନ କରଯାଇଥିଲା | ୧୯୧୬ ମସିହା ସେପ୍ଟେମ୍ବର ୨୫ ରେ ଉତ୍ତରପ୍ରଦେଶ ର ମଥୁରା ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟାବସ୍ଥା ରୁ ସେ ଜଣେ ଧୁସମ୍ପର୍ଣ୍ଣ ଛାତ୍ର ଥିଲେ। ତତକାଳୀନ ଭାରତୀୟ ପ୍ରଶାସନିକ ସେବା ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ସରକାରୀ ଚାକିରି ନକରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘରେ ପ୍ରଚାରକ ଭାବେ ନିଜକୁ ରାଷ୍ଟ୍ର ପାଇଁ ସମର୍ପିତ କରିଥିଲେ। ପରବର୍ତୀ ଅବସ୍ଥାରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଗ୍ରହ କ୍ରମେ ପରମପୂଜନୀୟ ଗୁରୁଜୀଙ୍କ ଉପଦେଶ କ୍ରମେ ଭାରତୀୟ ଜନ ସଙ୍ଘର ସଂସ୍ଥାପକ ସଦସ୍ୟ ହୋଇ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦିତ କରିଥିଲେ। ସମ୍ପୂର୍ଣ୍ଣ ଭାରତ ଭ୍ରମଣରୁ ସେ ଭାରତର ବିକାଶ ପାଇଁ ସମାଜବାଦ, ପୁଞ୍ଜିବାଦ ଭିନ୍ନ ଏକାତ୍ମ ମାନବବାଦ ର ପ୍ରଣୟନ କରି ଭାରତକୁ ସଂଗଠିତ କରିଥିଲେ| ଏହି ଉପଲକ୍ଷେ ରାୟଗଡ଼ା ଜ଼ିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଜିଲ୍ଲା ସଂପାଦକ ଶ୍ରୀ କିଶୋର ପଣ୍ଡା,ଶ୍ରୀ ପଦ୍ମନାଭ ଦାଶ,ଶ୍ରୀ ଭେଙ୍କଟ ରାଓ (କଣ୍ଡା ବାବୁ), ଶ୍ରୀମତୀ ଅର୍ଚନା ବର୍ମା, ଶ୍ରୀ ବିଭୀଷଣ ପାଣି, ଶ୍ରୀ ନାଗରାଜୂ,ଜ଼ିଲ୍ଲା ପଦାଧିକାରୀ / କାର୍ଯ୍ୟକର୍ତ୍ତା,ନଗର ର ପଦାଧିକାରୀ , କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ