ପୁରା ଖବର ବିଷୟରେ



ରାୟଗଡରେ କୋଭିଡ ନିୟମକୁ ପାଳନ କରି ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Sep 19 2021 5:46PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) କୋଭିଡ୍ ନିୟମ କୁ ପାଳନକରି ରାୟଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ୩ୟ ରଷ୍ଟ୍ରିୟ ଲେକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ରାୟଗଡ ମୂଖ୍ୟ କୋର୍ଟ ସମେତ ଜିଲ୍ଲାର ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ୬୩ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୫୧,୪୦,୬୯୩ (ଏକାବନ ଲକ୍ଷ ଚାଳଶି ହଜାର ଛଅଶହ ତେୟାନବେ) ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୨୨ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୧,୫୦,୦୦୦( ଏକ ଲକ୍ଷ ପଚାଶ ହଜାର) ଟଙ୍କା ଆଦାୟ ହୋଇଛି । ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଆଶିସ୍ କୁମାର ତ୍ରିପାଠୀ, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ରେଜିଷ୍ଟର ଶ୍ରୀମତି ପ୍ରତିମା ପାଳ, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି ଶ୍ରୀ ଗୁରିଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କର କୋଭିଡ୍ ଗାଇଡଲ୍ଇନ୍ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ବ ରକ୍ଷାକରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।