ପୁରା ଖବର ବିଷୟରେ



ରାୟଗଡ ଓଭର ବ୍ରିଜ ର ସ୍ଥାୟି ସମାଧାନ ନିମନ୍ତେ ରାୟଗଡ ବିକାଶ ମଞ୍ଚ ତରଫରୁ ରାୟଗଡ ଜିଲ୍ଲାପାଲଙ୍କୁ ସ୍ମାରକପତ୍ର ପ୍ରଦାନ।

Sep 19 2021 5:40PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ ସହର ଲାଇଫ ଲାଇନ କୁହାଯାଉଥିବା ଓଭର ବ୍ରିଜ ଏବେ ମରଣଜନ୍ତା ପାଲଟିଛି ,ପ୍ରତି ଦିନ ଓଭର ବ୍ରିଜ ଦେଇ ସହ ଟ୍ରକ ,ସ୍କୁଲ ବସ ଓ ସାଧାରଣ ଜନତା ଯିବା ଆସିବା କରୁଥ୍ବବା ବେଳେ ବ୍ରିଜ ରେ ଏବେ ସହ ସହ ଗାତ ସହ ଖାଳ ଖମା ହୋଇଛି । ଯାହା ଦ୍ଵାରା ଯାତ୍ରୀ ମାନେ ଦୁର୍ଘଟଣା ର ଶିକାର ହେବା ସହ ନାନା ଅସୁବିଧା ର ସୁମୁଖୀନ ହେଉଛନ୍ତି ,ଏହାର ତୁରନ୍ତ ସମାଧାନ କରିବା ପାଇଁ ରାୟଗଡ଼ା ଜିଲ୍ଲା ବିକାଶ ମଞ୍ଚ ତରଫରୁ ସଭାପତି ଦୟାନନ୍ଦ ଖାଡଙ୍ଗା ଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ରାୟଗଡ ଜିଲ୍ଲାପାଳ ଓ ଜାତୀୟ ରାଜପଥ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସଂପାଦକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ , କୋଷାଧ୍ୟକ୍ଷ ଶ୍ରୀ ସୁରେଶ ସାହୁ ,ସଭ୍ୟ ମନୋଜ ସାହୁ ,ସାହୁ କୂଳଦୀପ ,ଶ୍ରୀନିବାସ ବଳୀୟାର ସିଂ ,ସୁଶାନ୍ତ ମିଶ୍ର ଉପସ୍ଥିତ ରହିଥଲେ ।