ପୁରା ଖବର ବିଷୟରେ



ଏଲ.ଆଇ.ସି ର ୬୫ତମ ବୀମା ସପ୍ତାହରେ ମାସ୍କ ଓ ପିପିଟି କୀଟ ବଣ୍ଟନ

Sep 17 2021 2:42PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ବର୍ତ୍ତମାନ କରନାର ଦୂତୀୟ ଲହରୀ ଚାଲିଛି । କରନାର ପୋଜିଟିଭ ହାର କମିବାର ନାଁ ନେଉନାହିଁ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଆଗକୁଭି କରନା ର ତୃତୀୟ ଲହରୀ ଆସିପାରେ ଏଥିପାଇଁ ଆମ୍ଭମାନଙ୍କୁ ସତର୍କ ରହିବାକୁ ପଡିବ ,ମାସ୍କ ପିନ୍ଧିବାକୁ ପଡିବ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡିବ । ଏହି ସବୁକୁ ଦୃଷ୍ଟି ରେ ରଖି ଗୁଣୁପୁର ସାଖା ଏଲ.ଆଇ.ସି କାର୍ଯ୍ୟଳୟର ବ୍ରାଞ୍ଚ ମେନେଜର ଶ୍ରୀ ଖୋଦଳା ସେଠି, ଡିଇଓ ସାଇ ପ୍ରସାଦ ମିଶ୍ର ଓ ଅନ୍ୟ କାର୍ଯ୍ୟରତ ସହଜଗି କର୍ମଚାରୀଙ୍କ ମିଳିତ ସହଯୋଗରେ ଉପଖଣ୍ଡ ଚିକିତ୍ସାଳୟ ଗୁଣୁପୁର , ପଦ୍ମପୁର ଓ ରାମନାଗୁଡା ଚିକିତ୍ସା ଳୟରେ ମାସ୍କ,ସାନିଟାଇଯର ଓ ପିପିଟି କୀଟ ବଣ୍ଟନ କରିଥିଲେ । ଏଥିପାଇଁ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ କୃତଜ୍ଞତା ଜଣାଇଥିଲେ । ସାଧାରଣ ମୋହଲରେ ଏହିପରି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶଂସା କରିଛନ୍ତି।