ପୁରା ଖବର ବିଷୟରେ



ଡାକବିଭାଗ ଏଜେଣ୍ଟ ମାନଙ୍କ ସମୀକ୍ଷା ବୈଠକ ଓ ଆର୍ଥିକ ସlକ୍ଷରତା ଶିବିର ଉପଜିଲ୍ଲାପାଳଙ୍କ ଶୋଭାଗୃହରେ ହେଲା ଅନୁଷ୍ଠିତ

Sep 16 2021 5:58PM
(ମୟୁରଭଞ୍ଜ ଉଦଳାରୁ ରାଜୀବ କୁମାର ବେହେରା ଙ୍କ ରିପୋର୍ଟ ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ପୋଷ୍ଟାଲ ଏଜେଣ୍ଟ ମାନଙ୍କ ସମୀକ୍ଷା ବୈଠକ ଓ ଆର୍ଥିକ ସlକ୍ଷରତା ଶିବିର ଆଜି କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ଶୋଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି, ଉକ୍ତ ଶିବିର ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀଯୁକ୍ତ ଅଭୟ ରଞ୍ଜନ ନାୟକଙ୍କ ଅଧକ୍ଷତାରେ ଆରମ୍ଭ ହୋଇ ଥିଲା,ଉକ୍ତ ଶିବିରରେ କପ୍ତିପଦା ଉପଖଣ୍ଡର 27 ଜଣ ପୋଷ୍ଟାଲ ଏଜେଣ୍ଟ ଉପସ୍ଥିତ ଥିଲେ, ଏହି ବୈଠକରେ ସ୍ୱଳ୍ପ ସଂଚୟ ଜମା ଉପରେ ଓ ତାଙ୍କର କର୍ତଵ୍ୟ ଓ ଦାୟିତ୍ୱ ଉପରେ ବିଶେଷ ଦୃଷ୍ଟିପlତ କରା ଯାଇଥିଲା, ସମାଜରେ ଏକ ଶୃଙ୍ଖଳିତ ଓ ସଂଚୟ ମନବୃତି ଜାଗରଣ କରାଇବାରେ ତାଙ୍କର କର୍ତଵ୍ୟ, ଦକ୍ଷତା କୁ ଆଲୋକପାତ କରା ଯାଇ ଥିଲା, ଏହି ଶିବିରରେ ସରକାରଙ୍କ ଦ୍ୱାରା ପରିଚାଳିତ ତିନି ପ୍ରକାର ଜୀବନବିମା ଉପରେ ଆଲୋଚନା କରା ଯାଇଥିଲା, ଶେଷରେ ପୋଷ୍ଟାଲ ଏଜେଣ୍ଟ ମାନଙ୍କ ଦ୍ୱାରା ଶମ୍ବୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ଥିଲା, ପରିଶେଷରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଉପସ୍ଥିତ ସମସ୍ତ ଏଜେଣ୍ଟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିବା ବେକେ, ଆସନ୍ତା ଦିନମାନଙ୍କରେ ଏଭଳି ଶିବିର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ପାରିବ ବୋଲି ସ୍ୱଳ୍ପ ସଂଚୟ ଅଧିକାରୀ ସୂଚନା ଦେଇ ତାଙ୍କର ପତିକ୍ରିୟା ରଖିଥିଲେ,