ପୁରା ଖବର ବିଷୟରେ



ଗୁଣୁପୁର ବାଲୁକା ନଦୀ ଶଯ୍ୟା ବାଲୁକା -୧ ର ଜନ ଶୁଣାଣି

Sep 15 2021 5:32PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) ଗୁଣୁପୁର ଟାଉନ ହୋଲରେ ଆଜି ନଦୀ ବାଲୁକା ଶଯ୍ୟା-୧ ର ଜନ ଶୁଣାଣି ହୋଇଥିଲା ।ଏହି ଶୁଣାଣି ସମୟରେ ଗୁଣୁପୁର ତହସିଲଦାର, ରାୟଗଡା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଉପସ୍ଥିତ ରହି ଏହି ଜନ ଶୁଣାଣି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସେସ କରିଥିଲେ । ଏହି ସମୟରେ ଉପସ୍ଥିତ ସବୁ ବର୍ଗର ଲୋକମାନଙ୍କ ମତା ମତ ଶୁଣିଥିଲେ ଉପସ୍ଥିତ ଥିବା ପ୍ରାୟ ୮୦%ଲୋକ ବାଲି ଉଠାଇବା ଓ ସ୍ୱଳ୍ପ ମୂଲ୍ୟରେ ବାଲି ଯୋଗାଇବାକୁ ପ୍ରସାସନ ନିକଟରେ ନିବେଦନ କରିଥିଲେ କେବଳ ୨୦% ଲୋକ ନିଜର କିଛି ସ୍ୱାର୍ଥକୁ ଦୃଷ୍ଟି ରେ ରଖି ବାଲି ଉଠାଇବାକୁ ବିରୋଧ କରିଥିଲେ । ଯଦି ଗୁଣୁପୁର ବାଲୁକା -୧ ଟେଣ୍ଡର ଆରମ୍ଭ ହୁଏ ତାହାହେଲେ ଲୋକେ ବହୁ ଶସ୍ତାରେ ବାଲି ପାଇ ପାରିବେ । ଏହା ଦ୍ବାରା କିଛି ବାଲି ମାଫିଆ ଓ ବଡ ବଡ ବାବୁ ବୋଲି ନିଜକୁ କହି ବୁଲୁଥିବା ଗୁଣୁପୁରର କିଛି ବ୍ୟକ୍ତିଙ୍କ ବ୍ୟବସାୟ ମାନ୍ଦା ହୋଇଯିବ ବୋଲି ନିରୀହ ଗରିବ ଲୋକମାନଙ୍କୁ କିଛି ସ୍ୱାର୍ଥ ଦେଖାଇ ଏହି ବାଲି ଟେଣ୍ଡର କୁ ବିରୋଧ କରୁଛନ୍ତି ଯାହା ଫଳରେ ଆଜି ଏହିପରି ପରିସ୍ଥିତି ସାମନାକୁ ଆସିଅଛି ।ଏହି ସଭାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ , ଭାରତୀୟ ଜନତା ପାର୍ଟିର Y ଗଣପତି,ଭାରତୀୟ ମଜଦୁର ସଂଘର ବ୍ଲକ ସମ୍ପାଦକ ମନୋଜ ଦାସ ନିଜ ମନ୍ତବ୍ୟ ରେ କହିଥିଲେ ପ୍ରଶାସନ ଦ୍ବାରା ସମସ୍ତ ଅସୁବିଧାର ସମାଧାନ ହେବାଦରକାର ଓ ଚୋରା ବାଲି ବନ୍ଦ ହେବାସହ ସ୍ୱଳ୍ପ ମୂଲ୍ୟରେ ବାଲି ଯେମିତି ପାଇବେ ଏହା ପ୍ରତି ଦୃଷ୍ଟି ଦିଆଯାଉ ମନ୍ତବ୍ୟ ଦେଇଥିଲେ। ସମସ୍ତ କଭିଡ ଗାଇଡ଼ ଲାଇନକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧି ଦୂରତା ରକ୍ଷା କରି ଏହି ଗୁଣୁପୁର ବାଲୁକା ନଦୀ ଶଯ୍ୟା ବାଲୁକା -୧ ର ଜନ ଶୁଣାଣି କାର୍ଯ୍ୟ ସେସ ହୋଇଥିଲା।