ପୁରା ଖବର ବିଷୟରେ



ବାରମ୍ବାର ଗୁହାରି ଜଣାଇବା ପରେ ବି ପ୍ରଶାସନର ନିଦ ଭାଙ୍ଗୁନାହିଁ।

Sep 15 2021 5:29PM
(ମାଲକାନଗିରିର ଅମଲ ମଣ୍ଡଳ କଂ ରିପୋର୍ଟ) ଗାଁ ଲୋକେ ଏକାଠି ହୋଇ ତିଆରି କଲେ ରାସ୍ତା । ନିଜ ଉଦ୍ୟମରେ ଗାଁକୁ ରାସ୍ତା ତିଆରି କଲେ ଗାଁ ଲୋକ। ସମସ୍ତେ ମିଶି ଗାଁ ରାସ୍ତା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭୁବନପାଲି ପଂଚାୟତ ଅନ୍ତର୍ଗତ ଏମ ପି ଭି ୪୪ ଗାଁରୁ ଦେଖିବାକୁ ମିଳିଛି କିଛି ଏହିଭଳି ଦୁର୍ଶ୍ୟ। ଏହି ଗ୍ରାମଟି ଭୁବନପାଲ୍ଲୀ ପଂଚାୟତ ଠାରୁ ପ୍ରାୟ ୫୦୦ମିଟର ଧୁରରେ ଥିବାରୁ।ଏହି ରାସ୍ତା ଦେଇ ପ୍ରାୟ ୫ଖଣ୍ଡ ଗ୍ରାମର ଲୋକମାନେ ଚାଉଳ, କିରସିନୀ ଓ ଭାତୀୟା ନେବାକୁ ଏମ ପି ଭି ୪୪ ଗ୍ରାମଦେଇ ପଂଚାୟତ କୁ ଆସିଥାନ୍ତି।ହେଲେ ପ୍ରାୟ ୧.୫ କିଲମିଟର ରାସ୍ତାର ଅବସ୍ଥା ଏତେ ଦୟନୀୟ ଅବସ୍ଥାରେ ଥିବାରୁ ଯିବା ଆସିବାକୁ ବହୁ ଅସୁବିଧା ଦେଖାଦିଏ। ଶେଷରେ ପ୍ରଶାସନ ଗ୍ରାମ ବାସୀଙ୍କ ଗୁହାରି ନଶୁଣିବାରୁ ହାତରେ କୋଡି, କୋଦାଳ ଧରି କିଏ ମାଟି ହାଣୁଛି, ତ ପୁଣି କିଏ ମୁଣ୍ଡରେ ମାଟି ଟୋକେଇ ନେଇ ରାସ୍ତାରେ ପକାଉଛି । ଆଉ କିଏ ରାସ୍ତାକୁ କରୁଛି ସମତୁଲ । ଏଠି ଗ୍ରାମବାସୀ ମିଳିତ ଭାବେ ନିର୍ମାଣ କରୁଛନ୍ତି ଗାଁକୁ ରାସ୍ତା। ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରି କିଛି ଫଳ ନମିଳିବାରୁ କିଛି ଏପରି ଉଦ୍ୟମ ଆରମ୍ଭ କରିଥିବା କହିଛନ୍ତି ଗ୍ରାମବାସୀ । ବିଦ୍ୟାଳୟ, ଅଙ୍ଗନୱାଡି ହେଉ କି ଅବା କଲେଜ୍ ଯିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ବାଟ ଦେଇ ଯିବାକୁ ପଡେ । ଆଉ ବର୍ଷା ହେଲେ ପାଠ ପଢାରେ ଡୋରି ପଡେ। ଗାଁରେ ଭଲ ରାସ୍ତା ଟିଏ ପାଇଁ ଅନେକ ଥର ପ୍ରଶାସନ ଆଗରେ ଗୁହାରି କରିଥିଲେ ବି କିଛି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ଯୋଗାଇ ଦେବାକୁ କୁହାଯାଇଥିବାବେଳେ, ଏମ ପି ଭି ୪୪ ଗାଁରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବାରମ୍ବାର ଗୁହାରି କରିବା ପରେ ପ୍ରଶାସନ ନ ଶୁଣିବାରୁ ଏବେ ନିଜ ଗାଁ ରାସ୍ତା ନିଜେ କରିଛନ୍ତି ଗ୍ରାମବାସୀ ।ଏହି ବାବଦରେ କାଲିମେଳା BDO ଉମାଶାଙ୍କର ଦଳେଇ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯଥାଶୀଘ୍ର ଏହାର ତଦାରଖ କରି ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିସୁତି ଦେଇଛନ୍ତି।