ପୁରା ଖବର ବିଷୟରେ



ରାୟଗଡ଼ : ଇମ୍ଫାରେ ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସଂଯୋଗ ଓ ସମନ୍ବୟ ସମ୍ମିଳନୀ ।

Sep 14 2021 6:08PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ସମ୍ମିଳନୀ କକ୍ଷରେ , ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ତରଫରୁ ଏକ କ୍ଷୁଦ୍ର,ମଧ୍ଯମ, ବୃହତ ଶିଳ୍ପ ସ୍ତରୀୟ ସଯୋଂଗ ଓ ସମନ୍ବୟ ସମିଳନି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ରାୟଗଡ ଓ ଆଖପାଖ ଅଞ୍ଚଳ ର କ୍ଷୁଦ୍ର ଓ ମଧ୍ଯମ ଶିଳ୍ପଦ୍ଯୋଗି ମାନେ ଅଶଂଗ୍ରହଣ କରିଥିଲେ । ଏହି ସମ୍ମିଳନୀକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୂଖ୍ଯ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ । ରାୟଗଡ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟ ସାଚୀ ସାହୁ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହା ପ୍ରବନ୍ଧକ ଶ୍ରୀ ବିକାଶ ଚନ୍ଦ୍ର ବାଇନ୍ ସମ୍ମିଳନୀ ଟିକୁ ସଂଯୋଜନା କରିବା ସହିତ ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ସମନ୍ନୟ ରକ୍ଷା କରିବାରେ ଆମେ ସଦା ଶର୍ବଦା ଅଗିଂକାର ବଦ୍ଦ ବୋଲି ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ମୂଖ୍ଯ ଅତିଥି ଜିଲ୍ଲାପାଳ ତଥା ସମ୍ମିଳନୀର ଅଧ୍ଯକ୍ଷ , ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ଯ ଓ ସହଯୋଗ କରି ବ୍ଯବସାୟିକ ପ୍ରତିଷ୍ଠାନ ମାନଙ୍କ ର ଉର୍ଣ୍ଣତ୍ତି ହେଲେ ଲୋକଙ୍କ ର ମୁଣ୍ଡପିଛା ଆୟ ବଢିବା ସହିତ ବେରୋଜଗାରୀ ଦୁର ହୋଇ ପାରିବ ଏବଂ ଆଜିର ଯୁବ ଶକ୍ତି ପାଇଁ ଏହା ନିତ୍ଯାନ୍ତ ଆବଶ୍ଯକ ବୋଲି କହିଥିଲେ । ଏହି ସମ୍ମିଳନୀର ସହ ଅଧ୍ଯକ୍ଷ ତଥା ଇମ୍ଫାର ଉପ ସଭାପତି (ଉପ୍ତାଦନ) ଶ୍ରୀ କେ ଭେଙ୍କଟେଶ୍ବର ରାଓ କ୍ଷୁଦ୍ର ଶିଳ୍ପର ପ୍ରତିନିଧି ମାନେ ସମୟାନୁକ୍ରମେ କାରଖାନାକୁ ଆସି ବୃହତ ଶିଳ୍ପର ଚାହିଦା ଏବଂ ଗୁଣାତ୍ମକ ବିଷୟରେ ବୁଝା ବୁଝି କରି ସମନ୍ୱୟ ରକ୍ଷା କରିପାରିଲେ ସମସ୍ତଙ୍କ ର ଉନ୍ନତି ହେବ ଏବଂ ଇମ୍ଫା ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆହ୍ବାନ ଦେଇଥିଲେ । ଉକ୍ତ ସମ୍ମିଳନୀରେ ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଶ୍ରୀ ଏ ଗୋବିନ୍ଦ ରାଓ ଓ ଅଗ୍ରଣୀ ବ୍ୟାଙ୍କର ମୂଖ୍ଯ ପରିଚାଳକ ଶ୍ରୀ ଧିରେନ୍ଦ୍ର ବିହାରୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ଯରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଶ୍ରୀ ସୌମିତ୍ର ପଟ୍ଟନାଏକ ଏବଂ ଶ୍ରୀ ଶିବଲାଲ୍ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ । ଉପ ମହାପ୍ର ଭନ୍ଧକ ( ବ୍ଯବସାୟିକ) ଶ୍ରୀ ବିଭୁତି ଭୁଷଣ ପଟ୍ଟନାଏକ ଇମ୍ଫାର ଆବସ୍ଯକତା ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ । ଇମ୍ଫାର ଉପ ମହା ପ୍ରବନ୍ଧକ ( ମାନବ ସଂଭଳ ଓ ପ୍ରଶାସନ) ଶ୍ରୀ କଲୋଳ କୁମାର ନାୟକଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ କ୍ରମଟି ଆୟୋଜନ କରା ଯାଇଥିଲା । ସମ୍ମିଳନୀରେ ଇମ୍ଫାର ଆବସ୍ଯକତା ସହିତ କ୍ଷୁଦ୍ର ଶିଳ୍ପ ମାନଙ୍କ ର ଆଲୋଚନା ଖୋଲା ଖୋଲି ଓ ପ୍ରାଞ୍ଜଳ ଭାବରେ ହୋଇଥିଲା ଏବଂ ଉପସ୍ଥିତ ଅତିଥି ମାନେ ଏହାକୁ ଭୃୟଷି ପ୍ରଶଂସା କରିଥିଲେ । ସେଷରେ ରାୟଗଡ଼ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ଯ ସାଚୀ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।