ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରଣ ବଜାର କମିଟିର ପ୍ରଚାର ରଥ ର ଶୁଭାରମ୍ଭ

Nov 27 2019 10:06AM
ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟିର ପ୍ରଚାର ରଥ ର ଶୁଭାରମ୍ଭ। ରିପୋର୍ଟ-ସୂର୍ଯ୍ୟ ନାରାୟଣ ପଟନାୟକ, ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ୍ ------------------------------------------ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଚାର ରଥର ଉଦଘାଟନ ହୋଇ ଯାଇଛି।ନବରଙ୍ଗପୁର ଜିଲ୍ଳାପାଳ ଡକ୍ଟର ଅଜିତ କୁମାର ମିଶ୍ର ସବୁଜ ପୋତକା ଦେଖାଇ ଏହି ପ୍ରଚାର ଗାଡିକୁ ଶୁଭାରମ୍ଭ କରିଥିଲେ।ନବରଙ୍ଗପୁର ଜିଲ୍ଲାର ସମସ୍ତ ଚାଷୀ ଯେପରି ଉଚିତ ମୂଲ୍ୟରେ ସୁରୁଖୁରୁରେ ଧାନ ବିକ୍ରି କରି ପାରିବେ ଏବଂ ସେମାନଙ୍କ କୌଣସି ଅସୁବିଧା ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି କହିଛନ୍ତି।ଚାଷୀ ମାନଙ୍କ କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଡ଼ଃ ମିଶ୍ର ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି।ଏହି ପ୍ରଚାର ରଥ ନବରଙ୍ଗପୁର ଜିଲ୍ଲାର ୧୩ଟି ଲେମ୍ପ ଓ ୫୪ଟି ମଣ୍ଡିରେ ପ୍ରଚାର କରିବ ବୋଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅବକାଶ ବେହେରା କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଭାସ୍କର ରୋଇତ,ମିଲର ସଂଘ ସଭାପତି ପିଣ୍ଟୁ ତ୍ରିପାଠୀ, ଆଶିଷ ପଟନାୟକ,ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତ୍ତା,ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।