ପୁରା ଖବର ବିଷୟରେ



ରାସ୍ତା ନିର୍ମାଣ ଦାବୀରେ ଗ୍ରାମବାସୀଙ୍କ ଗଣ ଧାରଣା

Nov 26 2019 9:18AM
ରାସ୍ତା ନିର୍ମାଣ ଦାବୀରେ ଗ୍ରାମବାସୀ ଙ୍କ ଗଣ ଧାରଣା ଭଦ୍ରକ, ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତ ଅନ୍ତର୍ଗତ କୁମ୍ଭକରାଳ ଗ୍ରାମ କୁ ଯାଇଥିବା ମୁଖ୍ଯ ରାସ୍ତା ର ତୁରନ୍ତ ମରାମତି ଦାବୀରେ ଗ୍ରାମବାସୀମାନେ ଆଜି ଗ୍ରାମ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।ସୂଚନା ଯୋଗ୍ଯ ଯେ ଆନନ୍ଦପୁର ଭଦ୍ରକ 53 ନଂ ରାଜ୍ଯ ରାଜପଥ ର ବନ୍ତ କଲେଜ ଛକ ଠାରୁ କୁମ୍ଭକରାଳ ଗ୍ରାମ କୁ ସଂଯୋଗ କରୁଥିବା ପ୍ରାୟ ଦୁଇ କିଲୋମିଟର ଏକମାତ୍ର ରାସ୍ତା ଟି ନିର୍ଦ୍ଦିଷ୍ଟ ସମୟରେ ମରାମତି ଅଭାବରୁ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡିଥିଲା । ଉକ୍ତ ଜରାଜୀର୍ଣ୍ଣ ରାସ୍ତା ର ମରାମତି ନିମନ୍ତେ ଗ୍ରାମ ବାସୀ ମାନେ ବିଭିନ୍ନ ସମୟରେ ଗ୍ରାମ ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।କିନ୍ତୁ ଜରାଜୀର୍ଣ୍ଣ ରାସ୍ତା ଟିକୁ ମରାମତି ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ପଦକ୍ଷେପ ନ ନେବା ଯୋଗୁଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ବହୁ ସମୟରେ ଦୁର୍ଘଟଣାରେ ଶିକାର ହୋଇଥିବାର ନଜିର ଅଛି । ଶେଷରେ ଗତ ତା 13ରିଖ ଦିନ ଗ୍ରାମବାସୀ ମାନେ ଜିଲ୍ଲାପାଳ ଭଦ୍ରକ ଙ୍କୁ ରାସ୍ତା ମରାମତି ପାଇଁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଏହାର ଏକ କିତା କାଯ୍ୟନିର୍ବାହୀ ଯନ୍ତ୍ରୀ ,R.D (1)ଭଦ୍ରକ, ଥାନା ଅଧିକାରୀଣୀ ବନ୍ତ କୁ ଉକ୍ତ କପିର ନକଲ ପ୍ରଦାନ କରିଥିଲେ । କିନ୍ତୁ ଏହାର କୌଣସି ସୁଫଳ ନମିଳିବା ଯୋଗୁଁ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବନ୍ତ ଗ୍ରାମ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ମାତ୍ର ଦିନ ବାରଟା ପଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ କାଯ୍ୟଳୟ ଗେଟ ତାଲା ଖୋଲିନଥିବା ବେଳେ ଗ୍ରାମ ବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଦିନ ଦୁଇଟା ସମୟରେ ବନ୍ତ ଗ୍ରାମ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ କାଳନ୍ଦି ବେହେରା ଓ କନିଷ୍ଠ ଯନ୍ତ୍ରୀ ରମେଶ କୁମାର ମହାନ୍ତି ଆନ୍ଦଳୋନ ସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ଆସନ୍ତା କାଲି ଠାରୁ ରାସ୍ତା ମରାମତି କାର୍ଯ୍ଯ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ବନ୍ତ ରୁ ଜଗନ୍ନାଥ ପଳତାକଂ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍