ପୁରା ଖବର ବିଷୟରେ



ରାୟଗଡାରେ ଦୁର୍ଦାନ୍ତ ଅପରାଧିର ଏନକାଉଣ୍ଟର

Nov 25 2019 8:09PM
ରାୟଗଡ଼ାରେ ଦୁର୍ଦାନ୍ତ ଅପରାଧୀର ଏନକାଉଣ୍ଟର । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲି କରସ୍ପେଣ୍ଡେଟ) ରାୟଗଡା: ରାୟଗଡ଼ା ରେ ପୁଲିସର ଏନକାଉଣ୍ଟର। ଟାଉନ୍ ଥାନା ପୁଲିସ ପକ୍ଷରୁ ଏନକାଉଣ୍ଟର ହୋଇଥିବା ବେଳେ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧି ଏଚ. ଶିବା ଆହତ ହୋଇଛି । ଶିବାର ବାମ ଗୋଡରେ ଗୁଳି ଲାଗିଥିବା ଜଣାପଡିଛି । ଅନ୍ୟପଟେ ଗୁଳି ବିନିମୟ ରେ ଜଣେ ଏସ ଆଇ ରିଗାନ କିଣ୍ଡୋଙ୍କ ହାତରେ ଗୁଳି ଲାଗିଛି । ପୁଲିସର ସୂଚନା ଅନୁଯାୟୀ ଶିବା ନାଁରେ ୫୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଗତକାଲି ମଧ୍ୟରାତ୍ରିରେ ସାଙ୍କେସ ମନ୍ଦିର ନିକଟରେ ପୁଲିସ ଚଢ଼ାଉ କରିଥିଲା । ପ୍ରଥମେ ଅପରାଧି ଶିବା ପୁଲିସ ଉପରକୁ ଗୁଳି ଚଲାଇବା ପରେ ପୁଲିସ ପାଲଟା ଗୁଳି ଚଲାଇ ଥିଲା । ଗୁରୁତର ଅବସ୍ଥାରେ ଶିବାକୁ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ୧୯ ତାରିଖ ଦିନ ସୋନପୁର ଜିଲ୍ଲାର ବିଭୁତୀ ପୂଜାରୀକୁ ଟ୍ରେନରେ ଯାତ୍ରା କରୁଥିବା ବେଳେ ଶିବା ସହ ଗ୍ଯାଙ୍ଗର ୧୦ ଜଣ ଅପହରଣ କରିନେବା ସହ ମୁକ୍ତି ପାଇଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ଏନେଇ ଥାନାରେ ଏତଲା ହେବା ପରେ ପୁଲିସ ୬ ଜଣକୁ ଗିରଫ୍ କରିଥିବା ବେଳେ ଶିବା ଫେରାର୍ ହୋଇଯାଇଥିଲା ।