ପୁରା ଖବର ବିଷୟରେ



ଟ୍ରେନ୍ ରୁ ଯୁବକର ଅପହରଣ ମାମଲାର ପର୍ଦାଫାସ କଲା ରାୟଗଡା ପୋଲିସ

Nov 23 2019 5:47PM
ଟ୍ରେନରୁ ଯୁବକର ଅପହରଣ ମାମଲାର ପର୍ଦାଫସ କୋଲା ରାୟଗଡ଼ା ପୋଲିସ । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ରାୟଗଡା: ଯୁବକକୁ ଅପହରଣ କରି ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଏକ ଅପହରଣ କରି ଗେଙ୍ଗର ୬ ଜଣକୁ ରାୟଗଡା ପୋଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୩ ଜଣନାବାଳକ ଅଛନ୍ତି । ଗତ ୧୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ପଞ୍ଚାନନ ପୂଜାରୀଙ୍କ ୧୯ ବର୍ଷର ପୁଅ ବିଭୁତି ପୂଜାରୀ ଏଲପି - ଧାନବାଦ ଟ୍ରେନ ଯୋଗେ ବିଶାଖାପାଟଣାମ ରୁ ଟିଟିଲାଗଡ଼ ଯାଉଥିବା ବେଳେ ରାୟଗଡା ପାଖ ଲାଡା ଷ୍ଟେସନ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ । ବିଭୁତିକୁ ବାରିଝୋଲା ଜଙ୍ଗଲ ଭିତରେ ରଖି ତାଙ୍କ ବାପାଙ୍କୁ ଟେଲିଫୋନ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ନଚେତ ନଦେଲେ ପୁଅକୁ ହତ୍ୟା କରି ତାର ଶବକୁ ପାର୍ଶଲ କରି ତମ ନିକଟକୁ ପଠାଇ ଦିଆଯିବ ବୋଲି ଧମକ ଦେଇଥିଲେ । ଏନେଇ ଅପହୃତ ଯୁବକର ପିତା ରାୟଗଡା ଥାନାରେ ଏତେଲା ଦେଇଥିଲେ । ଏହି ଘଟଣାରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଡାଉ କରି ୬ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଗୋଟେ ମାଉଜର, ଦୁଇଟି ଜୀବନ୍ତ ଗୁଳି, ଟାଙ୍ଗିଆ, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଜବତ ହେବା ସହ ଗୋଟିଏ ବୁଲେରୋ, ଅଟୋ ଓ ଦୁଇଟି ବାଇକ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଫେରାର ଥିବା ବେଳେ ପୋଲିସ ଏମାନଙ୍କୁ ଖୋଜୁଛି । ଅପହୃତ ଛାତ୍ରକୁ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ପରିବାରଙ୍କୁ ଜିମା ଦେଇଥିବା ଏସପି ସର୍ବଣା ବିବେକ.ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।