ପୁରା ଖବର ବିଷୟରେ



ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

Nov 21 2019 6:16AM
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ । Reporter – ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲି କରସ୍ପେଣ୍ଡେଟ) ରାୟଗଡା - ରାୟଗଡ଼ାରେ ୫୮ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଅବସରରେ ରାୟଗଡ଼ା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଶୋଭାଯାତ୍ରାରେ ଶିକ୍ଷାର୍ଥୀଙ୍କ ସମିତ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ଚିକିତ୍ସା ଜନିତ ସଚେତନତା ବର୍ତ୍ତା ଦେଇ ସ୍ଥାନୀୟ ଗଜପତି ଛକଠାରୁ ବାହାରି ବସ୍‍ଷ୍ଟାଣ୍ଡ ଛକ ଦେଇ ଷ୍ଟେଟ୍‍ ବ୍ୟାଙ୍କ ମୁଖ୍ୟ ଶାଖା ଛକ ଠାରେ ପହଞ୍ଚିଥିଲେ । ଔଷଧ ମାତ୍ରାଧିକ ବ୍ୟବହାର ନ କରିବା, ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୁରକ୍ଷିତ ଉପଚାର କରିବା ଓ ନିଜେ ସ୍ୱଚ୍ଛ ରହିବା ସହ ନିଜ ଚତୁଃପାଶ୍ୱର୍କୁ ସ୍ୱଚ୍ଛ ରଖିବା ଇତ୍ୟାଦି ନାରା ଦେଇ ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରିଥିଲେ । ଏହି ଅବସରରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଦୀପଙ୍କର ରଥ, ନିହାରରଞ୍ଜନ କର, ଏଲ.ଅଲିକକୁମାର, ସୁକାନ୍ତ ସତପଥି ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।