ପୁରା ଖବର ବିଷୟରେ



ମତ୍ସ୍ଯଜୀବୀକଂ ଅସ୍ୱାଭାବିକ ମୃତ୍ୟୁ

Nov 17 2019 7:51PM
ମତ୍ସ୍ୟଜୀବୀଙ୍କ ଅସ୍ୱାଭାବିକ ମୃତ୍ୟୁ Report -srikanta mohapatra ବାସୁଦେବପୁର: ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀର ଅସ୍ୱାଭାବିକ ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଚୁଡାମଣି ଠାରେ । ମୃତ ମତ୍ସ୍ୟଯିବି ହେଲେ ଚୁଡାମଣି ଅଢୁଆଁ ଗାଁର ସମ୍ବାର ମଳିକ(60) । ଗତ ଗୁରୁବାର ଠାରୁ ମା କନକ ଦୁର୍ଗା ନାମକଙ୍କ ବୋଟରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ସମ୍ବାର । ହେଲେ ଆଜି ହଠାତ ଅସୁସ୍ଥ ହେଇ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡି ଯାଇଥିଲେ । ବୋଟରେ ଥିବା ଅନ୍ୟ କର୍ମଚାରୀମାନେ ସମୁଦ୍ରରେ ମାଛ ନଧରି ତୁରନ୍ତ ତାକୁ ବୋଟରେ କୂଳକୁ ନେଇ ଆସୁଥିବା ବାଟରେ ତାର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ପହଂଚି ଶବକୁ ଜବଦ କରି ବ୍ୟବଛେଦ ପାଇଁ ପଠେଇଥିବା ଜଣାପଡିଛି । ହେଲେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବାବେଳେ ବୋଟର ମାଲିକ କଣ ପାଇଁ ପରିବାରର କାହାରିକୁ କିଛି ନକହି ବୃଦ୍ଧା ଅବସ୍ଥାରେ ବାପାଙ୍କୁ ସମୁଦ୍ରକୁ ମାଛ ଧରିବାକୁ ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ ।