ପୁରା ଖବର ବିଷୟରେ



ବିଦ୍ଯୁତ ଆଘାତରେ ଯୁବକ ମୃତ

Nov 14 2019 9:12AM
ବିଦ୍ୟୁତ ଆଘାତ ରେ ଯୁବକ ମୃତ Report-Srikanta Mohapatra ଉଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ରାଧାବଲ୍ଲଭ ପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ମୃତ । ସୁଚନ ଅନୁସାରେ ରାଧାବଲ୍ଲଭପୁର ଗ୍ରାମର ମନମଥ ଜେନାଙ୍କ ପୁଅ ପ୍ରହଲ୍ଲାଦ ଜେନା ୩୦ ବର୍ଷ ଅଜି ସକାଳେ ନିଜଗ୍ରାମ ଧାନ କ୍ଷେତ କୁ ବୁଲବୁଲ ରେ କ୍ଷୟକ୍ଷେତି ଦେଖିବାକୁ ଯାଇଥିଲେ । ପ୍ରହଲ୍ଲାଦ ନିଜ ଧାନ ବିଲକୁ ଯାଉଥିବା ସମୟରେ ସେହି ବିଲ ଦେଇ ଯାଇଥିବା ବିଦ୍ୟୁତ ଖୁଣ୍ଟଟି ଛୁଇଁବା ମାତ୍ରେ ସେହି ଠାରେ ସଂଜ୍ଞାହିନ ଅବସ୍ଥାରେ ପଡ଼ି ଯାଇଥିଲେ । ନିକଟରେ ଥିବା ଅନ୍ୟ ଚାଷି ମାନେ ତାଙ୍କୁ ତୁରନ୍ତ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରକୁ ନେଇଯାଇଥିଲେ , ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଉକ୍ତ ଖବର ପ୍ରଚାର ହେବା ପରେ ରାଧାବଲ୍ଲଭପୁର ଅଞ୍ଚଳର ସୋକର ଛାୟା ଖେଳିଯାଇଛି ।