ପୁରା ଖବର ବିଷୟରେ



ହୀରକ ଜୟନ୍ତୀ ସମାରୋହ

Nov 7 2019 9:31PM
ହୀରକ ଜୟନ୍ତି ସମାରୋହ ରିପୋର୍ଟ କାନ୍ତ ମହାପାତ୍ର ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଆମକାଳୀ ପୂଜା କମିଟିକୁ ଚଳିତ ବର୍ଷ ୭୫ ବର୍ଷ ପୁରିଛି । ଏହି ପୂଜା କମିଟି ଟି ୭୫ ବର୍ଷ ପୂର୍ବରୁ ଆରମ୍ଭ ହୋଇ ବିଭିନ୍ନ ପ୍ରକାର ଘାତ ପ୍ରତିଘାତ ସହି ଚଳିତ ବର୍ଷ ତାର ହୀରକ ଜୟନ୍ତି ପାଳନ କରୁଛି । ଉକ୍ତ ସମାରୋହ ରେ ମୂଖ୍ୟ ଅତିଥି ଭାବରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରିଥିଲେ । ସମ୍ମାନିତ ଅତିଥି ଧାମନଗର ପର୍ବତ୍ତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ , ବସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାଏ , ମୂଖ୍ୟବକ୍ତା ଭାବରେ ଅମୃତ ଦର୍ଶନର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ , ଅନ୍ୟତମ ଅତିଥି ସିମୁଳିଆ ଗୋଷ୍ଟି ଉନୟନ ଅଧିକାରୀ ଡକ୍ଟର ନରହରୀ ବେହେରା , ଆମକାଳି ପୂଜା କମିଟିର ସଭାପତି କିଶ୍ଵର କୁମାର ମହାପାତ୍ର ସଂପାଦକ ମାଧବ ଚନ୍ଦ୍ର ପ୍ରହାଣ ଅତିଥି ମାନେ ଯୋଗ ଦେଇଥିଲେ । ଅତିଥି ପରିଚୟ ସାମ୍ବାଦିକ ବନମାଳି ବାରିକ କରିଥିଲେ । ଉକ୍ତ ସମାରୋହରେ ଶ୍ରୀଯୁକ୍ତ ବସନ୍ତ କୁମାର ମଲ୍ଲିକ ଭାରତୀୟ ଷ୍ଟେଟ ବେଙ୍କ କର୍ମଚାରୀ ଓ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଖିଲାର DEଠ ବାସୁଦେବପୁର ତହସିଲ ଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ସମାରୋହରେ ସମସ୍ତ ଅତିଥି ମାନେ ଆମ କାଳି ପୂଜା କମିଟି କିପରି ଚାଳ ଘରୁ ଆରମ୍ଭ ହୋଇ ଆଜି ତାର ନିଜସ୍ଵ ସୁନ୍ଦର ମନ୍ଦିର ପ୍ରତିଷ୍ଠା କରି ପାରିଛି ବିଷୟରେ କହିଥିଲେ ।