ପୁରା ଖବର ବିଷୟରେ



ମୟୁରଭଞ୍ଜ ଜିଲ୍ଲାର ୧୯ ନମ୍ବର ରାଜ୍ୟ ରାଜପଥ ୩ଘଣ୍ଟା ଧରି ଅଚଳ କଲେ ଛାତ୍ର ଛାତ୍ରୀ

Nov 2 2019 11:47AM
,ମୟୁରଭଞ୍ଜ ଜିଲ୍ଲାର19 ନମ୍ବର ରାଜ୍ୟ ରାଜପଥ ତିନିଘଂଟା ଧରି ଅଚଳ କଲେ ଛାତ୍ର ଛାତ୍ରୀ ।ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟାବ୍ଲକ ଅନ୍ତର୍ଗତ ଜଡ଼ାବଣି ଛକରେ ।ଜଡ଼ାବଣି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା ବେହେରା ଙ୍କ ବଦଳି, ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେବା, ଏମ ଡି ଏମ ନଦେବା, ଛାତ୍ରଛାତ୍ରୀ ଙ୍କୁ ଖରାପ ବ୍ୟବହାର କରିବା,ଭଳି ସଙ୍ଗୀନ ଅଭିଯୋଗ ଆଣି ସ୍ଥାୟୀ ପ୍ରତିକାର ଦାବିରେ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନେ ଦୀର୍ଘ ତିନି ଘଂଟା ଧରି ରାଜରାସ୍ତାକୁ ଅଚଳ କରି ଦେଇଥିଲେ ।ଘଟଣା ସ୍ଥଳରେ ଖୁଣ୍ଟା ପୋଲିସ, ଉଦଳା ପୋଲିସ ଏବଂ ଖୁଣ୍ଟା ଶିକ୍ଷାବିଭାଗ ଏ ବି ଓ ଶ୍ରୀ ମାରାଣ୍ଡି ପହଂଚି ଲୋକଙ୍କ ପ୍ରବଳ ବିରୋଧ ର ସମ୍ମୁଖୀନ ହୋଇଥିଲେ ।ପରେ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ବିନକାରଣରେଦୀର୍ଘ ତିନିମାସ ଧରି ପ୍ରଧାନ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବାରୁ ଏବଂ ଦୀର୍ଘ ଦିନ ରୁ ଏସମସ୍ୟା ବାବଦରେ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।ଯାହା ଫଳରେ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହେଲା ।ମୟୁରଭଞ୍ଜ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ବୋଲି ଏହି ଘଟଣା ରୁ ଜଣାପଡ଼ିଛି ।ନିରଞ୍ଜନ ମହାନ୍ତ ଙ୍କ ରିପୋର୍ଟ ନୂତନ ଓଡ଼ିଶା ନିଉଜନ୍ୟୁଜ୍