ପୁରା ଖବର ବିଷୟରେ



ରାୟଗଡ଼ ରେ କୃଷ୍ଣ ପ୍ରିୟା ସାହାଣୀ ଙ୍କ କବିତା ସଂକଳନ " ପିପୀଲିକାର " ଦୁଃଖ ପାଠକାର୍ପଣ

Sep 12 2021 4:32PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ପ୍ରାଧ୍ୟାପିକା କୃଷ୍ଣ ପ୍ରିୟା ସାହାଣୀଙ୍କ କବିତା ପୁସ୍ତକ ପିପୀଲିକାର୍ ଦୁଃଖ ଏକ ବର୍ଣ୍ଣାଢ୍ୟ ସମାରୋହ ମଧ୍ୟରେ ପାଠକାର୍ପଣ ହୋଇଛି । ରାୟଗଡ଼ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରାଧ୍ୟାପକ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ପାଠକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ । କବିୟତ୍ରୀ ସାହାଣୀ ନିଜ ଅଭିଭାଷଣରେ କହିଥିଲେ ଯେ ପୁସ୍ତକରେ ସନ୍ନିବେଶିତ ୧୦୦ଟି କବିତା ଜୀବନର ବାସ୍ତବତା ସହ ଅଙ୍ଗେ ନିଭା ଚିତ୍ର ଓ ଚରିତ୍ରଙ୍କ ବେଦନାର୍ ପ୍ରତିଫଳନ । କବିତା ପୁସ୍ତକକୁ ସାହିତ୍ୟିକ ସତ୍ୟ ନାରାୟଣ ଗନ୍ତ।ୟତ ସମୀକ୍ଷା ପୂର୍ବକ ଜୀବନର ସଜଳ କଥା ଓ କାହାଣୀର ସମ।ହାରରେ ସମୃଦ୍ଧ ହୋଇଥିବା ବେଳେ ଭାବ, ଆବେଗର ଅପୂର୍ବ ସମନ୍ଵୟରେ ପ୍ରାଣବନ୍ତ ଏବଂ ଏହା ପାଠକଙ୍କ ହୃଦୟକୁ ଛୁଇଁବ ନିଶ୍ଚିତ ବୋଲି ଆଶା ପୋଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କର୍ମାବାଦ ଉପରେ ଗୁରୁତ୍ବରୋପ କରିଥିବାବେଳେ ସମ୍ମାନିତ ଅତିଥି ସମ୍ପାଦକ ସୁଶାନ୍ତ କୁମାର ନାୟକ କବିତା ପୁସ୍ତକର କବିତା ସମୂହଗୁଡିକ ମୃତ୍ୟ ଓ ଜୀବନର ଚେତନାକୁ ପ୍ରତିଫଳିତ କରିବା ସହ ସାଧାରଣ ପାଠକଙ୍କୁ ହୃଦୟଗ୍ରାହୀ କରିବ ବୋଲି ମତବ୍ୟକ୍ତ କରିଥିଲେ । କବିତା ଚିରକାଳ ପ୍ରେରଣାଦାୟୀ । ଶବ୍ଦମାନେ ତତ୍ବ ଓ ତଥ୍ୟକୁ ଉଦ୍ଭାସିତ କରନ୍ତି । ସାହିତ୍ୟ ବାସ୍ତବତା ଓ ସାର୍ଵଜନୀନ ହୋଇପାରିଲେ କାଳଜୟୀ ହୋଇପାରିବ । ସାଧାରଣରେ ଗ୍ରହଣୀୟ ହୋଇପାରିବ ବୋଲି ମୁଖ୍ୟବକ୍ତା ସାହିତ୍ୟିକ ଦ୍ବିତୀ ଚନ୍ଦ୍ର ସାହୁ କହିଥିଲେ । ସଭାପତି ଡ଼ଃ ଦୂସମନ୍ତ କୁମାର ମହାନ୍ତି ରାୟଗଡର ମାଟି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ରସାଣିତ କରିଥିବା ବେଳେ "ପିପୀଲିକାର୍ ଦୁଃଖ " ଜୀବନନାଭୁତିକୁ ସଫଳ ଭାବେ ପ୍ରତିପାଦିତ କରିଛି ବୋଲି ଗୁରୁତ୍ବରୋପ କରିଥିଲେ । ଅନୁବାଦକ ଆଶୁତୋଷ ପାତ୍ର ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ରାୟଗଡ ମହିଳା ମହାବିଦ୍ୟାଳୟର ସେଅଧ୍ୟାପିକା କରୁଣା କରେକଟା , ଶୁଭଶ୍ରୀ ମହାପାତ୍ର ଓ ଛାତ୍ରୀ ଶଶୀରେଖା ନାୟକ , ରୁକ୍ମଣୀ ନାୟକ ପ୍ରକାଶିତ ପୁସ୍ତକରେ ଥିବା କବିତା ପାଠ କରିଥିଲେ ।