ପୁରା ଖବର ବିଷୟରେ



ରାୟଗଡ଼ ଅଫସାଇଟ ଇମାରଜେନ୍ସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sep 11 2021 6:28PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ:- ରାୟଗଡ ଜିଲ୍ଲାରେ ଅବସ୍ଥିତ ବିଭିନ୍ନ କଳକାରଖାନାର ରାସାୟନିକ ପଦାର୍ଥ ଜେବିତ୍ତ ବହିର୍ଭୁତ ଆକସ୍ମିକ ଦୁର୍ଘଟଣାକୁ ପ୍ରତିରୋଧ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଆରଖି ଅଧିକ୍ଷ ଶ୍ରୀ ବିଭେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମନାଥ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର ଶିଳ୍ପାନୁଷ୍ଠାନ ଗୁଡ଼ିଜ ପକ୍ଷରୁ ନିର୍ଦ୍ଧାରିତ ଅଫ ସାଇଟ ଇମାର୍ଜେନସି ପ୍ଲାନ ଗୁଡିକର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱଆରୋପ କରିବା ସହିତ ଶିଳ୍ପାନୁଷ୍ଠାନ ଗୁଡିକ ନିୟମିତ ଭାବରେ ନିଜ ନିଜର ଷ୍ଟୋରେଜ ସାଇଟର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ l କଳକାରଖାନା ବାହାରେ ବସବାସ କରୁଥିବା ଲୋକମାନେ ଦୁର୍ଘଟଣାରେ ଯେପରି ପ୍ରଭାବିତ ନହୁଅନ୍ତି ସେଦିଗରେ ଆନୁସାଙ୍ଗିକ ପଦ୍ଦକ୍ଷେପ ନେବାକୁ କର୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ଫାକ୍ଟ୍ରି ଓ ବୋଇଲେର ସହକାରୀ ନିର୍ଦ୍ଧେଶକ ଆରକେ ନାୟକ ସମେତ ଜିଲାରେ ଅବସ୍ଥିତ କଳକାରଖାନାର କର୍ତୃପକ୍ଷ ଯଥା ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ଥେରୁବାଲି, ଭାର୍ଦ୍ଧମାନ ଖେମିକାଲର କର୍ମଚାରୀମାନେ ଯୋଗଦେଇଥିଲେ l