ପୁରା ଖବର ବିଷୟରେ



ଘରୋଇ ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତ୍ୟାହାର ଦାବି ରେ କେନ୍ଦ୍ର ପେଟ୍ରୋଲ ରାଷ୍ଟ୍ରୀୟ ମନ୍ତ୍ରୀ ଙ୍କୁ ମଧ୍ୟବିତ୍ତ ପରିବାର ମହାସଂଘ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସ୍ମରକପତ୍ର

Sep 9 2021 11:42PM
(ନବରଙ୍ଗପୁର ରୁ ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ନବରଙ୍ଗପୁର ର ସାଧାରଣ ଜନତା ନିଜ ନିଜର ଜୀବନ ଜୀବିକା ହରାଇ ପରିବାର ପ୍ରତିପୋଶଣ ନିମନ୍ତେ ସଙ୍ଘର୍ଷ କରୁଥିବା ସମୟରେ ଘରୋଇ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସାଧାରଣ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ବୋଝୋ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇ ପଡ଼ିଛି, ଏନେଇ ନବରଙ୍ଗପୁର ଜିଲ୍ଲା ମଧ୍ୟବିତ୍ତ ମହାସଂଘ ର ସମ୍ପାଦକ ଶ୍ରୀଯୁକ୍ତ.K.ବାଲାରାଜୂ ଆଚାରି, କମିଟି ସଦସ୍ୟ ବର୍ତ୍ତ ହରିଜନ ଙ୍କ ନେତୃତ୍ୱ ରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ କୁ ଏକ ସ୍ମାରକ ପତ୍ର ପ୍ରଦାନ ପୂର୍ବକ ବର୍ଦ୍ଧିତ ଦର ପ୍ରତ୍ୟାହାର ନିମନ୍ତେ ଦାବି ରଖିଛନ୍ତି,। ଦେଶର ସମସ୍ତ ରାଜ୍ୟଗୁଡ଼ିକରେ ରନ୍ଧନ ଗ୍ୟାସ 900.ଟଙ୍କା ପାର କରିବାପରେ ସାଧାରଣ ମଧ୍ୟବିତ୍ତ ପରିବାରବର୍ଗ ର ଖାଉଟି ମାନଙ୍କ ଉପରେ ଆର୍ଥିକ ବୋଝ କଷ୍ଟକର ହୋଇପଡିଛି।, ସରକାରି ତେଲ କମ୍ପାନୀ ଗୁଡ଼ିକ କ୍ରମାଗତ ତୃତୀୟ ମାସ ପାଇଁ ରନ୍ଧନ ଗ୍ୟାସ ସିଲିଣ୍ଡରପିଛା ମୂଲ୍ୟ 25 ଟଙ୍କାବୃଦ୍ଧି କରିଛନ୍ତି, । ଏଲପିଜି ସିଲିଣ୍ଡର ପୂର୍ବରୁ, ଜୁଲାଇ, ଓ ଅଗଷ୍ଟରେ 25, ଟଙ୍କା ବୃଦ୍ଧି କରାଯାଇଥିଲା, ଘରୋଇ ଏଲପିଜି ସିଲିଣ୍ଡର 3ମାସ ମଧ୍ୟରେ 75 ଟଙ୍କା ବୃଦ୍ଧି ପାଇଛି, ଯାହାଫଳରେ ସାଧାରଣ ମଧ୍ୟବିତ୍ତ ପରିବାରବର୍ଗ ହନ୍ତସନ୍ତ ହେବାକୁ ପଡୁଛି, । ଏଣୁ କେନ୍ଦ୍ର ସରକାର ସହୃଦୟର ସହବିଚାର କରି ଲାଗି ରହିଥିବା ମୂଲ୍ୟ ବୃଦ୍ଧି ଏବଂ ଏକ୍ସସାଇଜ ଡୁୟୁଟି କୁ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ରୀୟ ମଧ୍ୟ୍ୟବିତ୍ତ ପରିବାର ମହାସଂଘ ନବରଙ୍ଗପୁର ଜିଲ୍ଲା କମିଟି ପକ୍ଷ୍ୟରୁ ଦାବୀ କରଯାଇଛି,,,,,