ପୁରା ଖବର ବିଷୟରେ



ଘର ପୋଡି ଦେଲା ଜ୍ୱାଇଁ

Oct 30 2019 1:26PM
ଘର ପୋଡି ଦେଲା ଜୁଆଇଁ ।ଏଭଳି ଦୁଖଦ ଏବଂ ଅଭଵନିୟ ଘଟଣା ଘଟିଛି ,ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ସପଞ୍ଚୁଆ ଗ୍ରାମପଞ୍ଚାୟତ ଅଧିନ ସିରିଶ ଚନ୍ଦ୍ରପୁର ଗ୍ରାମରେ ,ବିଧବା ମହିଳା ସିନଗ ସରେନ ଘରେ ।ତା29।10।2019 ରିଖ ବିଳମ୍ବିତ ରାତିରେ ସିନଗ ସରେନ ଙ୍କର ଜୁଏଇଁ ଶ୍ରୀ କାଳିଚରଣ ମୁର୍ମୁ ତାଙ୍କର ଶଶୁର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ମୁର୍ମୁ ଙ୍କର ଶାଶୁ ସିନଗ ସରେନ ।ନିଆଁ ଲାଗି ସରେନଙ୍କର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।ଧାନ, ଚାଉଳ, ଆସବା ପତ୍ର, ଗହଣା ଗଣ୍ଠି ସହ 5 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।ପ୍ରତ୍ୟକ୍ଷ ଦର୍ଶୀଙ୍କର କହିବା ଅନୁଯାୟୀ ଗତକାଲି ଜୁଏଇଁ ଶ୍ରୀ ମୁର୍ମୁ ଦିନବେଳେ ଆସି ଧମକ ଚମକ ଦେଇ କହିଥିଲେ ,ସମସ୍ତଙ୍କୁ ମାରିଦେବି ।ନହେଲେ କିଛି ଗୋଟିଏ କାଣ୍ଡ କରି ଯିବି ।ପୂର୍ବରୁ ଶ୍ରୀ ମୁର୍ମୁ ଏବଂ ଶଶୁର ଘର ସହିତ ବିବାଦ ଲାଗିରହିଥିଲା ।ତାଙ୍କର ସ୍ତ୍ରୀ ମଧ୍ୟ ବାପଘରେ ଦୀର୍ଘ ଦିନ ଧରି ରହୁଥିବା ଜଣାପଡ଼ିଛି ।ସିନଗ ସରେନ ଜୁଏଇଁ ଶ୍ରୀ ମୁର୍ମୁ ଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି ।ନିରଂଜନ ମହାନ୍ତ ଙ୍କ ରିପୋର୍ଟ ନୁତନ ଓଡ଼ିଶା ନ୍ୟୁଜ୍