ପୁରା ଖବର ବିଷୟରେ



ରାୟଗଡ଼ ଅlନ୍ତରାଷ୍ଟ୍ରୀୟ ସାକ୍ଷରତl ଦିବସ ପାଳିତ l "ସମସ୍ତେ ପାଠ ପଢିବା ଆବଶ୍ୟକ ଓ ପାଠ ପଢିଲେ ହିଁ ଆମ ସମାଜ ଆଗକୁ ଯାଇ ପାରିବ

Sep 8 2021 7:36PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ଆନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳନ ଅବସରରେ ରାୟଗଡ ଜିଲ୍ଲାର ସମସ୍ତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ମହିଳା ମାନଙ୍କୁ ନେଇ ବୈଠକ ଆୟୋଜନ କରାଯାଇଥିଲା । ଏହି ଅବସରରେ ରାୟଗଡ ପ୍ରକଳ୍ପ ଅଧିନସ୍ଥ ବାଇସିଙ୍ଗ ଗ୍ରାମରେ ମହିଳା ଓ କିଶୋରୀ ମାନଙ୍କୁ ନେଇ ସାକ୍ଷରତା ଦିବସ ପାଳନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ସମନ୍ଵିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ଓ ରାୟଗଡ଼ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମୀନାକ୍ଷୀ ଦାସଙ୍କ ସମେତ ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ସମସ୍ତେ ପାଠ ପଢିବା ସହିତ ନିଜ ଅଞ୍ଚଳରେ ଯେପରି ସବୁ ପିଲା ନିୟମିତ ବିଦ୍ୟାଳୟକୁ ଯିବେ ସେଥିପ୍ରତି ମା ମାନେ ଗୁରୁତ୍ଵ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଗତ ଦିନରେ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ଗୋଷ୍ଠୀ ପାଠାଗାର ଆରମ୍ଭ ହୋଇଛି ଏହାର ଉଦ୍ଦେଶ୍ୟ ହେଲା ସମସ୍ତେ ପଢିବେ ଏବଂ ନିଜେ ପଢି ସାରିଲା ପରେ ଅନ୍ୟ ମାନେ ସେହି ବହି ଗୁଡିକ ପଢିବେ ଫଳରେ ଜ୍ଞାନର ଆଦାନ ପ୍ରଦାନ ହେବ । ସମସ୍ତେ କରୋନା ଟୀକା ନେବେ ଏବଂ କରୋନା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବେ ଫଳରେ କରୋନା ମହାମାରୀରୁ ସମସ୍ତେ ସୁରକ୍ଷିତ ରହି ପାରିବା ବୋଲି ଆହ୍ଵାନ ଦେଇଥିଲେ । ପ୍ରତ୍ୟେକ ଗର୍ଭବତୀ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ, ଡାକ୍ତରଖାନାରେ ପ୍ରସବ କରାଇବେ ଫଳରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ କୁ ରୋକି ପାରିବା ଏବଂ ଏଥି ପାଇଁ ଆମ ସମସ୍ତଙ୍କ ଦାୟୀତ୍ଵ ରହିଛି । କିଶୋରୀ ଓ କିଶୋର ମାନେ ପାଠ ପଢିବେ ଓ ନିଜ ଗୋଡରେ ଠିଆ ହେବେ ତେଣୁ ସମସ୍ତ କିଶୋରୀ ଓ କିଶୋର ମାନଙ୍କ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହେବାକୁ ମା ମାନଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପାଢୀ ପିଲା ମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ବୋଲି ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ମହିଳା ମାନେ ଆଜି ପଛରେ ନାହାନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନେ ନିଜ ପରିବାର ଓ ଅଞ୍ଚଳର ବିକାଶ କରୁଛନ୍ତି କିନ୍ତୁ ଯଦି ସେମାନେ ନିଜେ ଭଲକରି ପଢିବେ ନାହିଁ କି ବୁଝିବେ ନାହିଁ ତେବେ ସେମାନେ କିପରି ଆଗକୁ ଯିବେ ତେଣୁ ସମସ୍ତେ ନିଶ୍ଚିତ ପଢିବା ଉପରେ ଗୁରୁତ୍ଵ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଦାସ ଅଙ୍ଗନବାଡି କର୍ମୀ ଓ କିଶୋରୀ ମାନେ ମିଳିମିଶି ଯଦି ସନ୍ଧ୍ୟା ସମୟରେ ନିଜ ଗ୍ରାମର ବୟସ୍କ ମହିଳା ମାନଙ୍କୁ ଅ ଆ ଓ ୧ ୨ ଭଳି କିଛି ଅକ୍ଷର ଶିଖାଇ ଦେବେ ତେବେ ତାହା ବହୁତ କାମରେ ଲାଗିବ ବୋଲି କହିଥିଲେ । ପିଲା ମାନେ ପାଠ ନ ପଢି ଯଦି ଶ୍ରମିକ ହେବେ ତେବେ ସେମାନେ ହିଁ ଠକାମିର ଶିକାର ହେବେ । ପାଠ ନ ପଢିବା ଫଳରେ କମ ବୟସରେ ବିବାହ ଯୋଗୁଁ ପରିବାରର ବୋଝ ବୋହିଲେ ତାହା ସେହି ପିଲାମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ହୁଏ । ନିଜ ଅଞ୍ଚଳରେ ଦାୟିତ୍ଵ ନେଇ ଗୋଟିଏ ମଧ୍ୟ ବାଲ୍ୟ ବିବାହ ଘଟଣା ଘଟିବାକୁ ଦେବା ନାହିଁ କାରଣ କମ ବୟସରେ ବିବାହ ଓ କମ ବୟସରେ ମା ହେବା ଫଳରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଘଟଣା ଘଟିବାର ସମ୍ଭାବନା ରହିଛି ତେଣୁ ସମସ୍ତେ ଏଥିପ୍ରତି ନଜର ଦେବାକୁ ଆହ୍ଵାନ ଦିଆଯାଇଥିଲା । ଶେଷରେ ସମସ୍ତେ ମିଳିତ ଭାବେ ନିଜ ଅଞ୍ଚଳରେ ସାକ୍ଷରତା ହାର ବଢାଇବା ପାଇଁ ଶପଥ ନେଇଥିଲେ।