ପୁରା ଖବର ବିଷୟରେ



ରାୟଗଡ଼ ରେ ରାଜ୍ୟ ଭାଜପା କୃଷକ ପ୍ରତିନିଧି ଦଳ , ମରୁଡି ଅଞ୍ଚଳ ପରିଦର୍ଶନ, ଋଣ ଛାଡ ଓ କ୍ଷତି ଗ୍ରସ୍ତଙ୍କୁ ସହାୟତା ଦାବୀ

Sep 7 2021 8:30PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ- ରାଜ୍ୟରେ ମୌସୁମୀ ବର୍ଷାର ପ୍ରଭାବ ସୁନ ହେବାରୁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କରିବାରେ ବାଧାପ୍ରାପ୍ତ ହେଇଛି। ଏହାର ପ୍ରଭାବରେ ଶତକଡା ମାତ୍ର ତିରିଶି ପ୍ରତିଶତ ଜମିରେ ଧାନ ବେଉଷଣ ହେଇଥିବା ବେଳେ ବଳକା ଜମିରେ ବେଉଷଣ ହେଇପାରି ନାହିଁ ଯାହା ହେଇଛି ସେଥିରେ ବି ବଞ୍ଚାଇବା କଷ୍ଟକର ବୋଲି ଚାଷୀ ଦିଲୀପ ମିନିୟକା କହିଛନ୍ତି। ସେହି ପରିସ୍ଥିତି କୁ ନଜରରେ ରଖି ରାଜ୍ୟର ଏକ ପ୍ରତିନିଧି ଦଳ ପୂର୍ବତନ ରାଜ୍ୟ ବି ଜେ ପି ସଭାପତି ତଥା ବର୍ତମାନ ଭବାନୀ ପାଟଣା ସାଂସଦ ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକଙ୍କ ସହ ରାୟଗଡ ରେ ପହଂଚି ଜିଲ୍ଲା ସଭାପତି ଶିବ ପଟନାୟକଙ୍କ ଓ ଜିଲା ନେତୃବର୍ଗଙ୍କ ସହ ବସି ଅଞ୍ଚଳର ଏଗାର ଗୋଟି ବ୍ଳକ ର ମରୁଡି ପରିସ୍ଥିତି ପଚାରି ବୁଝିଥିଲେ। ଆଜି ସକାଳୁ କୋଲନରା ବ୍ଲକ ଗାଡ଼ି ସେସଖାଲ ଓ ଭେଜା ପଞ୍ଚାୟତ ର ଅନେକ ଗ୍ରାମ ର ଚାଷ ଜମି କୁ ଦେଖିଥିଲେ। ପରେ କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଧାମଣୀମା ଗ୍ରାମର ରାମଚନ୍ଦ୍ର ମିନିୟକା, ସାରାବୁ ମିନିୟକା, ବିନ୍ଦା ମିନିୟକା, ଡମ୍ବୁରୁ କୃଷିକା ଙ୍କୁ ଭେଟି ମରୁଡି ପରିସ୍ଥିତିର ଅନୁଧ୍ୟାନ କରି ଥିଲେ। ଗଣ ମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେକି ଚଳିତ ବର୍ଷ ମରୁଡି ପରିସ୍ଥିତି ଉତ୍କଟ ରୂପ ନେଇଛି ରବି ଫସଲ ପାଇଁ ବିହନ ,ସାର, କୃଷି ବୀମା ପ୍ରଦାନ, ଚାଷୀଙ୍କୁ ଋଣ ଛାଡ ପାଇଁ ବିଧାନସଭା ପ୍ରଶ୍ନକାଳରେ ପାର୍ଟି ପ୍ରସଙ୍ଗ ଉଠାଇବା ସହ ଲୋକଙ୍କୁ ସବୁ ସୁବିଧା ଯୋଗାଇଦେବାପାଇ ଚାପ ପକାଇବ ବୋଲି କହିଛନ୍ତି। ସେହିଭଳି ସିକରପାଇ ଛକରେ ସେରିଗୁମା, ଭାଲୁମାସ୍କ,ଚିଛିମି, ଲେଳିବାଦୀ, ସିକରପାଇ ପଞ୍ଚାୟତର ପଚାଶ ପ୍ରତିଶତ ଜମିରେ ଧାନ ରୁଆ ହେଇନଥିବା ଚାଷୀ ମାନେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଭେଟି ନିଜ ଅଭିଯୋଗ କରିଥିଲେ। କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତର ନୂଆଗାଁ, ବଂଧମଣ୍ଡି,କଂଜଙ୍ଗ ମଣ୍ଡି, ମନ୍ଦିବିସି, ତଲଝିରି ଦେଇ କାଶୀପୁର ରୁଣ୍ଡ ହେଇଥିବା ଚାଷୀଙ୍କ ଜମି ଦେଖି ଦୁଃଖ ପ୍ରକାଶ କରିଥିଲେ। ମିଟିକେଶ, ଭିତର ପଦାମଝି ର ନୂଆ ମାଝୀ ଓ ଦମ୍ବୁରୁ ମାଝୀ ପ୍ରତିନିଧି ଦଳକୁ ଭେଟି କହିଥିଲେକି ଚଳିତ ବର୍ଷ କାଶୀପୁର ରେ ଚଳିତ ବର୍ଷ ଦଶ ପ୍ରତିଶତ ମଧ୍ୟ ଚାଷ ହେଇନି ତେଣୁ ଚଳିତ ବର୍ଷ ଜନ ସାଧାରଣ ଅନ କଷ୍ଟ ଭୋଗିବେ ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜଣାଇବାକୁ କହିଛନ୍ତି।ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚା ସମ୍ପାଦକ କାଳୀରମ ମାଝୀ, ରାୟଗଡ ବିଧାୟକ ପାର୍ଥି ବସନ୍ତ ଉଲକା, ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ନିଳାଦ୍ରୀ ବିହାରୀ ପାତ୍ର, ଯୁବମୋର୍ଚା ସଭାପତି ଦେବାଶିଷ ପଣ୍ଡା(ବାପି) ,ମଇନା ଆଚାର୍ଯ୍ୟ, ସିକରପାଇ ମଣ୍ଡଳର, ସଭାପତି ମନୋଜ କୁମାର ସେଠୀ, ପଞ୍ଚାୟତ ସଭାପତି ରୁଦ୍ର ଖଣ୍ଡରିଆ, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ଲକୀ, ଜଗନାଥ ଗେମ୍ବାଲି, ମକର, ସମେଶ, କୃଷ୍ଣ ସାମଲ, ଓ ପଚାଶ ରୁ ଅଧିକ କର୍ମୀ ଯୋଗ ଦେଇଥିଲେ।