ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ସମସ୍ତ ସାମ୍ବାଦିକଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ

Sep 6 2021 7:16PM
(ଭଦ୍ରକ ରୁ ଶିବାନୀ ମିଶ୍ର କଂ ରିପୋର୍ଟ) ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ସମସ୍ତ ସାମ୍ବାଦିକଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ବିଷ ଉଦ୍ଗାର କରିଛନ୍ତି କଂଗ୍ରେସ ର ପର୍ଯ୍ୟବେକ୍ଷକ ତଥା କୋରାପୁଟ ଏମ ପି ସପ୍ତାଗିରି ଉଲ୍ଲlକା, ସାଙ୍ଗରେ ଅଛନ୍ତି ଜିଲ୍ଲା ସଭାପତି ସୁବ୍ରତ ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏବଂ ସମସ୍ତ ନିର୍ବାଚନମଣ୍ଡଳୀ ର ପ୍ରମୁଖ ନେତୃ ମଣ୍ଡଳୀ l ବିଜେଡି ଓ ବିଜେପି ଉପରେ ବର୍ଷୀଥିଲେ କଂଗ୍ରେସ ନେତୃମଣ୍ଡଳୀ l ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଦ୍ରକ ରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସଂସଦ ରେ ପ୍ରଶ୍ନ କରିଥିବା କଥା କହିଲେ ଶ୍ରୀ ଉଲ୍ଲାକା,, ସେହିପରି ଚାଷୀ ଙ୍କୁ ଶୋଷଣ, ସାର ଅଭାବ, ଆବାସ ହଡ଼ପ, ଭଦ୍ରକ କଲେଜ କୁ ବିଶ୍ୱ ବିଦ୍ୟାଳୟ କରାଯିବା,, ଏହାଛଡ଼ା ବିଭିନ୍ନ ଉନ୍ନୟନ କ୍ଷେତ୍ରରେ କୋଟି କୋଟି ଟଙ୍କା ଫଲସ ବିଲ କରି ଭଦ୍ରକ ସହର ଓ ଗ୍ରାମାଞ୍ଚଳ ରେ ଲୁଟ କରୁଥିବା କହିଛନ୍ତି କଂଗ୍ରେସର ଜିଲ୍ଲାସଭାପତି l ଜିଲ୍ଲା ସଭାପତି ଶ୍ରୀ ଦାସ ଲୋକଙ୍କ ସମସ୍ୟା ଛାଡ଼ି ମିଛ ସୌନ୍ଦର୍ଯ୍ୟ କାରଣ, ମିଛ ଆଇ ଲଭ ଭଦ୍ରକ ପାର୍କ କରୁଛନ୍ତି ବିଜେଡି ନେତା l ଯେଉଁଥିରେ ବିଲ ହରି ଲୁଟ ହେଉଛି l ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରର ଡାକ୍ତର ନଥିବା କହିଛନ୍ତି l ସେହିପରି ବିଧାନସଭାସ୍ଥରୀୟ ନେତା ଶ୍ରୀ ମହାନ୍ତି ଭଦ୍ରକ ରେ ନିୟମ ର ଖୋଲା ଖୋଲି ଉଲଂଘନ କରି ପ୍ଲିଟ ରେ କାମ କରି କୋଟି କୋଟି ଟଙ୍କା ହଡ଼ପ କରାଯାଇ ନିଜେ ନେତା ଓ କର୍ମୀ ମାନେ ବିଜେଡି ରେ ମହା ଦୁର୍ନୀତି କରୁଛନ୍ତି l ଫଳକ ରେ ବି ଲେଖା ଯାଉନାହିଁ କାର୍ଯ୍ୟର ଖର୍ଚ ବିବରଣୀ ଵା କେତେ ଟଙ୍କା ର କାର୍ଯ୍ୟ l ନିର୍ବାଚନ ନ କରାଇ ପୌରାଞ୍ଚଳ ରୁ ମିଛ ସ୍ମାର୍ଟ ସିଟି ନାଁ ରେ ଲୋକଙ୍କର ଟିକସ ଟଙ୍କା ରୁ ଖୁଲମ ଖୁଲା ଖାଇ ଯାଉଛନ୍ତି l ବିନା ଟେଣ୍ଡର ରେ ମନ ଇଛା ବେଆଇନ ଭାବେ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନିର୍ବାଚନ ପାଣ୍ଠି ଯୋଗାଡ଼ କରୁଛନ୍ତି ବିଜେଡି ନେତା ବୋଲି କହିଛନ୍ତି ଶ୍ରୀ ମହାନ୍ତି l ଦରଦାମ ବୃଦ୍ଧି ଏବେ ଲୋକଙ୍କୁ ଅଣ ନିଶ୍ୱାସୀ କରୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ମନ ଇଚ୍ଛା ଦୁର୍ନୀତି କରି ଚାଲିଥିବା କଥା କହି ଗର୍ଜିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଓ ନେତୃମଣ୍ଡଳୀ ।