ପୁରା ଖବର ବିଷୟରେ



ରାୟଗଡ଼ ନାଗାବଳୀ ଲାୟନସ୍ କ୍ଳବ ର ଅଧିଗ୍ରହଣ ଉତ୍ସବ ଏବଂ ଗୁରୁଦିବସ ପାଳନ

Sep 6 2021 7:07PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ : ରାୟଗଡ଼ ନାଗାବଳୀ ଲାୟନସ୍ କ୍ଳବ ପକ୍ଷରୁ ଅଧିଗ୍ରହଣ ଉତ୍ସବ ଏବଂ ଗୁରୁଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ ଲାୟନସ୍ କ୍ଳବ ର ଲାୟନ୍ ଅଶ୍ଵିନୀ ଦାସ ଏବଂ ଲାୟନ ଅଶୋକ ଜୈନ ଅତିଥି ଭାବେ ଯୋଗ ଦେଇଥିଲେ । ସଭାକାର୍ଯ୍ୟ ବିଦାୟୀ ସଭାପତି ଲାୟନ୍ ଅର୍ଟନା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ଏବଂ ବିଦାୟୀ ସଂପାଦିକା ଲାୟନ୍ ଶୁଭ୍ରା ପଣ୍ଡା ବାର୍ଷୀକ ବିବରଣୀ ପାଠ କରିଥିଲେ । ଲାୟନସ ଡ଼ଃ ସରିତା ମିଶ୍ର ସଂଯୋଜନା କରି ଥିଲେ । ଏହି ଅବସରରେ ଆଗାମୀ ବର୍ଷ ପାଇଁ ନୂତନ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ରୂପେ ସଭାପତି ଲାୟନ୍ ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ, ସଂପାଦକ ଲାୟନ୍ ରବି ନାରାୟଣ ସତପଥୀ , କୋଷାଧ୍ୟକ୍ଷ ଲାୟନ୍ ଡ଼ଃ ଚଞ୍ଚଲ୍‌ ଜୈନ , ଉପ ସଭାପତି ଲାୟନସ ଅଜିତ୍ ପାଣିଗ୍ରାହୀ ଏବଂ ଲାୟନ୍ କ୍ରିଷ୍ଣା ପ୍ରିୟା ସାହାଣୀ ଙ୍କୁ ଲାୟନସ ଦାସ ଶପଥ ପାଠ କରାଇଥିଲେ । ଲାୟନ୍ ଜୈନ୍ ନୂତନ ସଭ୍ୟ ଙ୍କୁ ଶପଥ ପାଠ କରାଇ ଲାୟନସ୍‌ କ୍ଳବର‌ ନିୟମ ନେଇ ବୁଝାଇ ଥିଲେ । କାଯ୍ର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଶିକ୍ଷକ ଙ୍କୁ ସମ୍ନନିତ କରାଯାଇଥିଲା ଏବଂ ଲାୟନ୍ ଶ୍ରୀ ଶଶୀଭୂଷଣ ପଟ୍ଟନାୟକ ଏବଂ ଲାୟନ୍ ଶ୍ରୀମତୀ କ୍ରିଷ୍ଣା ପ୍ରିୟ ସାହାଣୀ ଙ୍କୁ ମାନପତ୍ର ଏବଂ ଉପଢ଼ୌକନ ଦେଇ ସମ୍ନାନୀତ କରାଯାଇଥିଲା । ଏହି ସଭାରେ ଚାର୍ଟାଡ ସଭାପତି ଲାଇନ୍ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି , ଚାର୍ଟାଡ ସଂପାଦକ ଲାୟନ୍ ସୁଶାନ୍ତ ନାୟକ, ଲାଇନସ ବ୍ରଜ ସୁନ୍ଦର ନାୟକ ଲାଇନସ ରାଜେଶ ଫାଢୀ , ଲାୟନସ ରୁବିରାଣୀ କୁଣ୍ଡୁ ( ଆର ସି ) ଲାଇନସ ବାବୁଲାଲ୍ ଗନ୍ତାୟତ ଲାଇନସ ଅଜିତ ପାଣିଗ୍ରାହୀ ଗୁରୁଦିବସ ଉପଲକ୍ଷେ ଅଭି ଭାଷଣ ରଖିଥିଲେ । ଲାଇନସ ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଲାୟନସ୍ କ୍ଳବ୍ ର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ