ପୁରା ଖବର ବିଷୟରେ



ବଜ୍ରପାତ ରେ ଉଜୁଡି ଗଲା ସଂସାର

Sep 6 2021 7:04PM
(ଗୋଳାମୁଣ୍ଡା ବ୍ଲକ ରୁ ରବିନ୍ଦ୍ର ରାଉତ ଙ୍କ ରିପୋର୍ଟ ) ମୃତ୍ୟୁ କେତେ ଭୟାନକ, କେତେବେଳେ କେଉଁ ରୂପରେ ଆସି ହସିଲା ସଂସାର କୁ ଉଜାଡି ଦିଏ, ଶୋକ ର ସାଗରେ ଭସାଇ ଦିଏ କହିହୁଏ ନାହିଁ।। ଏଭଲି ଏକ ଦୁଃଖଦ ଘଟଣା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମରେ ଦେଖିବାକୁ ମିଳିଛି l ସବୁଦିନ ଭଲି ଗାଈ ଚରେଇବା କୁ ନରେନ୍ଦ୍ର ଭାଟି ବୟସ (32) ପିତା ଗଜମନ ଭାଟି,ଆଜି ଅପରାହଣ୍ 3 ଟା ସମୟରେ ଘରୁ ବାହାରିଲେ ଯେ ଆଉ ଫେରିଲେ ନାହିଁ। ସୁସ୍ଥ ସବଳ, ପରିବାର ର ରୋଜଗାର କ୍ଷମ ମରଦ ବଜ୍ରପାତ ରେ ପ୍ରାଣ ହରାଇଛନ୍ତି l ବିଜୁଳି ଚଡକ ଏତେ ଭୟାନକ ଥିଲା ଯେ ସଂପୂର୍ଣ୍ଣ ଶରୀର ଟା ପୋଡି କଳା ହୋଇଯାଇ ସ୍ଥାନରେ ହିଁ ଆ'ର ପାରିକୁ ଚାଲିଗଲେ ନରେନ୍ଦ୍ର ।ଏଥିରେ ଆଉ ଜଣେ ଝିଅ ସାଥିରେ ଗାଈ ଚରାଇ ନେଇଥିଲେ ଓ ତାଙ୍କୁ ମଧ୍ୟ ଆଘାତ ଲାଗିଛି l ଝିଅ ଙ୍କୁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଲୟକୁ ନେଇଛନ୍ତି l ଏବଂ ଘଟଣା ସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଂଚି ତଦନ୍ତ ଜାରିରଖିଛି l ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଗାଁ ରେ ଅଧିକ ଦେଖିବାକୁ ମିଳୁଛି, ସରକାରୀ ସ୍ତରରେ ଥିବା ବଜ୍ରପାତ ଜନିତ ମୃତ୍ୟୁ ସହାୟତା ରାଶି ପାଇଲେ ପରିବାର ଉପକୃତ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।