ପୁରା ଖବର ବିଷୟରେ



ସରକାରୀ ସହାୟତା ପାଇଁ ବୃଦ୍ଧା ମହିଳା ଙ୍କ ଆକୁଳ ନିବେଦନ

Oct 29 2019 5:10PM
ସରକାରୀ ସହାୟତା ପାଇଁ ବୃଦ୍ଧା ମହିଳା ଙ୍କ ଆକୁଳ ନିବେଦନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଆରୁହା ପଞ୍ଚାୟତ ନଇଛଣପୁର ଗ୍ରାମର ନିରାଶ୍ରୟ ବୃଦ୍ଧା କାଞ୍ଚନ ବାଳା ଦାସ , ୭୦ ବର୍ଷ ସ୍ଵାମି - ମୃତ ମନମଥ ଦାଶ । ବହୁତ ଦିନ ଧରି କର୍କଟ ରୋଗରେ ପିଡିତ ଅଛନ୍ତି ହେଲେ ସରକାରୀ ସହାୟତା ତାଙ୍କୁ କିଛି ମିଳିନାହିଁ ବୋଲି ଛଳ ଛଳ ଆଖିରେ କହିଥିଲେ ।ତାଙ୍କର କେହି ନାହାନ୍ତି ପୁଅ ନଥିବା ବେଳେ ତାଙ୍କ ସ୍ଵାମି ମରିଯାଇଛନ୍ତି ଝିଅ ବି ୩ଟି ଥିଲେ ମରିଯାଇଛନ୍ତି । ଏହି ଭଳି ନିରାଶ୍ରୟ ବୃଦ୍ଧାଙ୍କୁ ସରକାରି ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସି ମାନେ ନିବେଦନ କରିଛନ୍ତି । ଏହି ବିଷୟରେ ବାସୁଦେବପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଯୋଗା ଯୋଗ କରିବାରୁ ସମସ୍ତ ଘଟଣାକୁ ତଦନ୍ତ କରି ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି ।